ଏହି କାରଣରୁ ପୁଣି ଥରେ ଭାଇରାଲ୍‌ ହେ‌ଲେ ଚୁଲ୍‌ବୁଲି ନାୟିକା ସେହନାଜ ଗିଲ୍‌

Advertisment
ଏହି କାରଣରୁ ପୁଣି ଥରେ ଭାଇରାଲ୍‌ ହେ‌ଲେ ଚୁଲ୍‌ବୁଲି ନାୟିକା ସେହନାଜ ଗିଲ୍‌

www.ndtv.com

ନୂଆଦିଲ୍ଲୀ: ଦବଙ୍ଗ ବୟ ସଲ୍‌ମାନ ଖାନ୍‌ଙ୍କ ସହ ନିଜର ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଥିବା ‘ବିଗବସ୍‌’ ପ୍ରତିଯୋଗୀ ସେହନାଜ୍‌ କୌର୍‌ ଗିଲ୍‌ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋରର୍‌ରେ ଭାଇରାଲ୍‌ ହୋଇଛନ୍ତି। କଣ୍ଠଶିଳ୍ପୀ ନେହା କକ୍‌ରଙ୍କ ଲୋକପ୍ରିୟ ଗୀତ ‘ତାରୋ କେ ସେହେର’ ଗୀତ ଭାଇ ସେହି ଭିଡିଓକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ୫ଟି ଷ୍ଟାର୍‌ର ଇମୋଜି ଦେଇ ଗୀତଟିକୁ ସେୟାର କରିବା ପରେ ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ସେହନାଜ୍‌ ଏକ କାଜୁଆଲ୍‌ ଲୁକ୍‌ରେ ନଜର ଆସିଛନ୍ତି। ସେ ଭିଡିଓଟିକୁ ପୋଷ୍ଟ୍‌ କରିବାର ମାତ୍ର ୨ ଘଣ୍ଟା ମଧ୍ୟରେ ଭିଡିଓଟି ୪ ଲକ୍ଷ ଭିୟୁ ପାର୍‌ କରିଛି। ସେହନାଜଙ୍କ ଏହି ଭିିଡିଓଟିକୁ ତାଙ୍କର ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି। ଅନେକ ଜଣ ଏଥିରେ ହାର୍ଟ ଓ ନିଆଁ ଇମୋଜି ଦେଇଛନ୍ତି କମେଣ୍ଟ ବକ୍ସରେ।

ଉଲ୍ଲେଖଯୋଗ୍ୟ, ଟେଲିଭିଜନ୍‌ର ବାସ୍ତବଧର୍ମୀ ଧାରାବାହିକ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଲୋକଲୋଚନକୁ ଆସିଥିବା ଅଭିନେତ୍ରୀ, ଗାୟିକା ତଥା ମଡେଲ୍‌ ସେହନାଜ୍‌ କୌର ଗିଲ୍‌ ଫିଲ୍ମ ଜଗତ୍‌ରେ ସେପରି ପକ୍କା ସଉଦା କରିନପାରି ଥିବା ବେଳେ ବିଭିନ୍ନ ସଂଗୀତ ଭିଡିଓରେ ଦର୍ଶକଙ୍କୁ କିମିଆଁ କରି ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ଆରମ୍ଭରେ ସେରଶାହ ଫିଲ୍ମର ‘ରାଞ୍ଝା’ ଗୀତରେ ସେ ପରଷିଥିବା ତାଙ୍କ କଣ୍ଠର ନିଆରା ଯାଦୁ ପ୍ରଶଂସକମାନଙ୍କୁ ଏପରି ମତୁଆଲା କରିଦେଇଥିଲା ଯେ, ସଂଗୀତ ଦୁନିଆଁରେ ରାଜ୍‌ କରିବାକୁ ପ୍ରକୃତ ସାମ୍ରାଜ୍ଞୀ ଫେରି ଆସିଛନ୍ତି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe