ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଶେଖର କପୁର

Advertisment
ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଶେଖର କପୁର

Indian Express

ନୂଆଦିଲ୍ଲୀ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଶେଖର କପୁରଙ୍କୁ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ( ଏଫଟିଟିଆଇ) ଗଭର୍ଣ୍ଣିଂ କାଉନ୍ସିଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏଥିସହ ତାଙ୍କୁ ଏଫଟିଟିଆଇ ସୋସାଇଟିର ସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଆସନ୍ତାକାଲି ସେ ବି.ପି.ସିଂଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ ଏବଂ ଏହା ଭାରତ ସରକାରଙ୍କ ଦ୍ବାରା ସଂପୂର୍ଣ୍ଣ ଭାବେ ଆର୍ଥିକ ସହାୟତା ପ୍ରାପ୍ତ। ୧୯୬୦ ମସିହାରେ ପ୍ରତିଷ୍ଠିତ ଏଫଟିଟିଆଇ ଆରମ୍ଭରୁ ଭାରତର ପ୍ରମୁଖ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ମାନ୍ୟତା ଲାଭ କରିଛି। ଏହାର ଆଲୁମିନିମାନେ ଦେଶର ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଟେକ୍ନିସିଆନ୍, ଅଭିନେତା ଏବଂ ନିର୍ଦ୍ଦେଶକ ଭାବେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି।

ବଲିଉଡ୍ ଚଳଚ୍ଚିତ୍ର ‘ମାସୁମ’ରୁ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିବା ଶେଖର କପୁର ଅନ୍ତର୍ଜାତୀୟସ୍ତରରେ ଜଣେ ନାମକରା ନିର୍ଦ୍ଦେଶକ ଭାବେ ଜଣାଶୁଣା। ‘ଦ ବଣ୍ଡିଟ୍ କୁଇନ୍’ ଓ ‘ଏଲିଜାବେଥ୍’ ଭଳି ବାୟୋପିକ୍ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବେଶ୍ ପ୍ରସିଦ୍ଧି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe