ଶେଖର କପୁର ଏଫ୍‌ଟିଆଇଆଇର ଅଧ୍ୟକ୍ଷ

ଶେଖର କପୁର ଏଫ୍‌ଟିଆଇଆଇର ଅଧ୍ୟକ୍ଷ

ca.news.yahoo.com

ନିର୍ଦେଶକ ଶେଖର କପୁର ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏଫ୍‌ଟିଆଇଆଇ) ସୋସାଇଟିର ଅଧ୍ୟକ୍ଷ ଓ ଏଫ୍‌ଟିଆଇଆଇର ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି। ଶେଖର କପୁର ବଲିଉଡ୍‌ର ଜଣେ ଜଣାଶୁଣା ନିର୍ଦେଶକ। ସେ ମାସୁମ, ବ୍ୟାଣ୍ଡିଟ୍‌ କୁଇନ୍‌, ମିଷ୍ଟର ଇଣ୍ଡିଆ ଭଳି ଫିଲ୍ମ ଭେଟି ଦେଇଛନ୍ତି। ବଲିଉଡ୍‌ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ପରିଚିତି ହାସଲ କରିପାରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୋସିଆଲ ମିଡିଆରେ ଏ ବାବଦରେ ସୂଚନା ଦେଇଛନ୍ତି। ସେ ୨୦୨୩ ମସିହା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିବେ। ନିଜର ଅଭିଜ୍ଞତାକୁ ସେ ଏହି ଅନୁଷ୍ଠାନରେ ବିନିଯୋଗ କରିବେ ବୋଲି ଶ୍ରୀ ଜାଭଡେକର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe