ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ପାଟ୍‌ନା ଯିବେ ଶେଖର ସୁମନ

Advertisment
ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ପାଟ୍‌ନା ଯିବେ ଶେଖର ସୁମନ

DNA India

ମୁମ୍ବାଇ: ଟେଲିଭିଜନ ହୋଷ୍ଟ୍‌ ତଥା ଅଭିନେତା ଶେଖର ସୁମନ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ପାଟ୍‌ନା ଯିବେ। ସେ ସେଠାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରିବାକୁ ଚାପ ପକାଇବେ।

ଶେଖର ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ମୁଁ ସୁଶାନ୍ତ ବାପାଙ୍କୁ ଭେଟି ତାଙ୍କୁ ସମବେଦନା ଜଣାଇବାକୁ ପାଟ୍‌ନା ଯାଉଛି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସୁଶାନ୍ତଙ୍କ ପ୍ରଶଂସକମାନଙ୍କୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ଦତନ୍ତ କରିବା ପାଇଁ ଦାବି ଉଠାଇବାକୁ ଚାପ ପକାଇବି।’

ପୂର୍ବ ଟ୍ବିଟ୍‌ରେ ଶେଖର ଲେଖିଥିଲେ କି ସୁଶାନ୍ତଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ବୋଲି ବାହାରିଥିବା ବ୍ୟବଚ୍ଛେଦ ରିପୋର୍ଟକୁ ସେ ବିଶ୍ବାସ କରନ୍ତି ନାହିଁ। ଏପରି ଘଟିବ ବୋଲି ସେ ପୂର୍ବରୁ ଜାଣିଥି‌ଲେ। ସେହି କାରଣରୁ ସେ ‘ଜଷ୍ଟିସ୍‌ ଫର୍‌ ସୁଶାନ୍ତ’ ନାମରେ ଏକ ଫୋରମ୍‌ ଗଠନ କରିଥିଲେ। ଏହାବ୍ୟତୀତ ଏହି ଫୋରମ୍‌ ସହ ଯେ‌ାଡ଼ି ହୋଇ ସୁଶାନ୍ତଙ୍କ ପାଇଁ ସ୍ବର ଉଠାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍‌୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରାସ୍ଥିିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ପୁଲିସ୍‌ ତାଙ୍କ ମୃତ ଶରୀର ଉଦ୍ଧାର କରିବା ସହ ସେଠାରୁ କିଛି ଡିପ୍ରେସନ୍‌(ବିଷାଦ) ଔଷଧ ଓ ଡାକ୍ତରୀ ପ୍ରେସ୍‌କିପସନ୍‌ ବି ଉଦ୍ଧାର କରିଥିଲା। ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତାଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟରେ ସେ ଆତ୍ମହତ୍ୟା କରିଥିବା ନେଇ ଉଲ୍ଲେଖ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe