ବଲିଉଡର ଏହି ୩ଜଣ ସାଜିଦଙ୍କ ସହ ଥିବାରୁ ୧୭ବର୍ଷ ହେଲା ମୁଁ ଚୁପ ଥିଲି, ଏବେ ଅଭିଯୋଗ କରିବାକୁ ସାହସ କଲି: ଶର୍ଲିନ

Advertisment
ବଲିଉଡର ଏହି ୩ଜଣ ସାଜିଦଙ୍କ ସହ ଥିବାରୁ ୧୭ବର୍ଷ ହେଲା ମୁଁ ଚୁପ ଥିଲି, ଏବେ ଅଭିଯୋଗ କରିବାକୁ ସାହସ କଲି: ଶର୍ଲିନ

ମୁମ୍ବାଇ: ରିୟାଲିଟି ସୋ’ ବିଗ୍ ବସ-୧୬କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିଶେଷ କରି ପ୍ରତିଯୋଗୀ ତଥା ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ନେଇ ଏବେ ଏହି ସୋ’ ଚର୍ଚ୍ଚାରେ ରହିଛି। ୨୦୧୯ରେ ସାଜିଦଙ୍କ ଉପ‌ରେ ୧୦ରୁ ଅଧିକ ମହିଳା ଯୌନ ଅସଦାଚରଣର ଅଭିଯୋଗ ଆଣିଥିବା ବେଳେ ଏବେ ତାଙ୍କୁ ସୋ’ରେ ସାମିଲ କରାଯାଇଥିବା ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅଭିଯୋଗ କରିଥିବା ମହିଳା ଏହାକୁ ବିରୋଧ କରୁଥିବା ବେଳେ ଏବେ ଶର୍ଲିନ ଚୋପ୍ରା ସାମ୍ନାକୁ ଆସିଛନ୍ତି।

ଶର୍ଲିନ ଚୋପ୍ରା କିଛି ଦିନ ପୂର୍ବରୁ ସାଜିଦ ଖାନଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଆଣିଛନ୍ତି। ଶର୍ଲିନ ଚୋପ୍ରା ଜୁହୁ ପୁଲିସ ଷ୍ଟେସନରେ ସାଜିଦ ଖାନଙ୍କ ବିରୋଧରେ ଯୌନ ଅସଦାଚରଣର ମାମଲା ଦାୟର କରିଛନ୍ତି। ଶର୍ଲିନ ଚୋପ୍ରା ସାଜିଦ ଖାନଙ୍କୁ ହୋଟେଲ ରୁମକୁ ଡାକି ତାଙ୍କ ସହ ଖରାପ କାମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି ଶର୍ଲିନ । ତେବେ ୨୦୦୫ରେ ତାଙ୍କ ସହ ଏଭଳି ଘଟିଥିବା ବେଳେ ସେ ୧୭ବର୍ଷ ପରେ କାହିଁକି ଅଭିଯୋଗ କଲେ ବୋଲି ପଚରାଯିବାରୁ ଶର୍ଲିନ କହିଛନ୍ତି ଯେ, ସାଜିଦ ଖାନ, ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଅତି ନିକଟତର ଥିଲେ। ଫାରହ ଖାନ ତାଙ୍କର ଭଉଣୀ ଥିଲେ। ଏତେ ବଡ଼ ବଡ଼ ଲୋକଙ୍କ ସହ ତାଙ୍କ ସମ୍ପର୍କ ଥିଲା, ମୁଁ ଆଉ କ’ଣ କରିପାରିଥାନ୍ତି? ଉଭୟ ନାମ ଏବଂ ବୟସରେ ସେ ମୋ ଠାରୁ ବଡ। ସେ ଫାରହ ଖାନଙ୍କ ଭାଇ। ଶାହାରୁଖ ଖାନଙ୍କ ନିକଟତର। ତାଙ୍କର ପିଲାଦିନ ସଲମାନ ଖାନଙ୍କ ସହ ବିତିଛି। ଏଭଳି ସ୍ଥିତିରେ ତାଙ୍କ ଆଗରେ ମୁଁ କେବଳ ଜଣେ ବାହାର ଲୋକ ଏବଂ ଆଉ କିଛି ନୁହେଁ।

ସେ ଆହୁରି କହିଛନ୍ତି ଯେ, ସେ ସମୟରେ ସାଜିଦ ଖାନ ଏକ ବଡ ନାମ ଥିଲେ। ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ମୋର ସାହସ ନଥିଲା। #ମିଟୁ ପରେ ଅନେକ ମହିଳା ଆଗକୁ ଆସିଥିଲେ। ଏସବୁ ଅଭିଯୋଗ ଆସିବା ପରେ ସାଜିଦଙ୍କୁ ଜେଲରେ ରଖିବା ଉଚିତ୍। ମୁଁ ସାଜିଦ ଖାନଙ୍କ ବିରୋଧରେ ଯୌନ ଅସଦାଚରଣ ନେଇ ମାମଲା ଦାୟର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe