YouTube
ଲକଡାଉନ୍ ଯୋଗୁଁ ସୁଟିଂ ବନ୍ଦ ଥିବାରୁ ସବୁ ସେଲେବ୍ରିଟି ଘରେ ଅଛନ୍ତି। ଏହି ଅବସରରେ ଶିଳ୍ପା ସେଟ୍ଟୀ ମଧ୍ୟ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଟିକଟକ୍ ଭିଡିଓ ମଧ୍ୟ ତିଆରି କରୁଛନ୍ତି। ଦୁହିଁଙ୍କ ଭିଡିଓକୁ ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ଏବେ ଦୁହେଁ ଏକ ନୂଆ ଭିଡିଓ ଛାଡ଼ିଛନ୍ତି। ଯେଉଁଥିରେ ଶିଳ୍ପା ଭିଡିଓରେ ପ୍ରଥମେ କହୁଛନ୍ତି, ଏହା ତୁମ ପାଇଁ। ପରେ ସେ ଗୋଟେ ଗୀତ ଗାଉଛନ୍ତି। ଯାହାକୁ ଶୁଣି ରାଜ ଖୁସି ହୋଇଯାଉଛନ୍ତି। ମାତ୍ର ସେ ଏମିତି ଅଜବ ଭାବେ ଗୀତଟି ଗାଉଛନ୍ତି ଯେ ସୋଫା ଉପରେ ବସିଥିବା ରାଜ ତଳକୁ ଗଳି ପଡ଼ୁଛନ୍ତି। ଏହାକୁ ପ୍ରଶଂସକଙ୍କ ସମେତ ସେଲେବ୍ରିଟିମାନେ ବି ବହୁତ ପସନ୍ଦ କରୁଛନ୍ତି। ଏହା ପୂର୍ବରୁ ଏକ ଭିଡିଓରେ ଶିଳ୍ପା ରାଜଙ୍କୁ କହୁଥିଲେ, ଜାନୁ ଚାଲ ଟିକେ ଝାଡ଼ୁ କରିଦିଅ। ରାଜ କହୁଛନ୍ତି, ମୁଁ କରିବି ନାହିଁ। ପୁଣି ଶିଳ୍ପା କହୁଛନ୍ତି, ମୁଁ କହିଲି ପରା ଝାଡ଼ୁ କର ବୋଲି। ଏହା ପରେ ରାଜ ଝାଡ଼ୁ ଆଣୁଛନ୍ତି ଓ ଶିଳ୍ପାଙ୍କୁ ଝାଡ଼ୁରେ ମାରୁଛନ୍ତି। ଯେଉଁଥିରେ ଶିଳ୍ପା ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଥିସହ ଦୁହେଁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ୨୧ଲକ୍ଷ ଟଙ୍କାର ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ।
Follow Us