ଏଫ୍‌ଆଇଆର୍‌ ପରେ ଟୁଇଟ କରି କ୍ଷମା ମାଗିଲେ ଶିଳ୍ପା

Advertisment
ଏଫ୍‌ଆଇଆର୍‌ ପରେ ଟୁଇଟ କରି କ୍ଷମା ମାଗିଲେ ଶିଳ୍ପା

koimoi

ମୁମ୍ବାଇ: ଜାତିଆଣ ମନ୍ତବ୍ୟ ଦେଇଥିବାରୁବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଟୁଇଟର ଜରିଆରେ କ୍ଷମା ମାଗିଛନ୍ତି। ଶନିବାର ଦିନ 'ଭାଙ୍ଗି' ଶବ୍ଦ ବ୍ୟବହାର ଯୋଗୁଁ ଶିଳ୍ପା ଏବଂ ସଲମାନ ଖାନ୍‌ଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା।

‘ଇଣ୍ଟରଭ୍ୟୁରେ ମୁଁ କହିଥିବା କିଛି ଶବ୍ଦକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇଛି। କାହାର ଭାବନାକୁ ଆଘାତ କରିବା ପାଇଁ ମୁଁ ଚାହିଁ ନଥିଲି । ଯଦି ମୋର କିଛି ଶବ୍ଦ କାହାକୁ ଆଘାତ ପହଞ୍ଚାଇଛି ତେବେ ମୁଁ କ୍ଷମା ମାଗିବା ପାଇଁ ଚାହୁଁଛି। ଏପରି ଏକ ଦେଶରେ ମୋର ଜନ୍ମ ହୋଇଛି ଯେଉଁଠାରେ ବିଭିନ୍ନ ଜାତି ଏବଂ ବର୍ଣ୍ଣର ଲୋକ ରହୁଛନ୍ତି ଏଥିପାଇଁ ମୁଁ ବହୁତ ଗର୍ବିତ ଏବଂ ଏହାକୁ ସମ୍ମାନ ମଧ୍ୟ ଦିଏ ।’ ଉପରୋକ୍ତ ଶବ୍ଦରେ ଟୁଇଟ କରିଛନ୍ତି ଶିଲ୍ପା।

ରୋଜଗାର ଅଘାରୀ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ସେକ୍ରେଟାରି ନବୀନ ରାମଚନ୍ଦ୍ର ଲାଦେ ମୁମ୍ବାଇର ଅନ୍ଧେରୀ ପୋଲିସ ଷ୍ଟେସନରେ ଶନିବାର ଦିନ ଶିଲ୍ପା ସେଟ୍ଟି ଏବଂ ସଲମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସଲମାନ, କେଟ୍ରିନା କୈଫଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘ଟାଇଗର ଜିନ୍ଦା ହୈ’ର ପ୍ରମୋସନ ପାଇଁ ଏକ ଟିଭି ସୋ’କୁ ଯାଇଥିବା ସମୟରେ 'ଭାଙ୍ଗି' ଶବ୍ଦ ବ୍ୟବହାର କରିଥିଲେ ଯାହା ଅନୁସୂଚିତ ଜାତିଙ୍କ ପାଇଁ ଅପମାନଜନକ ବୋଲି କହିଥିଲେ ରୋଜଗାର ଅଘାରୀ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଉପାଧ୍ୟକ୍ଷ କିଶୋର ମାସୁମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe