୧୩ତମ ବିବାହ ବାର୍ଷିକୀ ଅବସରରେ ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ପୋଷ୍ଟ୍‌ କଲେ ଶିଳ୍ପା ସେଟ୍ଟୀ

Advertisment
୧୩ତମ ବିବାହ ବାର୍ଷିକୀ ଅବସରରେ ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ପୋଷ୍ଟ୍‌ କଲେ ଶିଳ୍ପା ସେଟ୍ଟୀ

ndtv.in

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାହକୁ ୧୩ ବର୍ଷ ପୂରିଯାଇଛି। ୨୦୦୯ ମସିହା ନଭେମ୍ବର ୨୨ ‌ତାରିଖରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସ୍ବତନ୍ତ୍ର ଦିନରେ ନିଜ ସ୍ବାମୀଙ୍କୁ ବିବାହ ବାର୍ଷିକୀ ଉତ୍ସବର ଶୁଭକାମନା‌ ଦେବାକୁ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି ଶିଳ୍ପା। ଭିଡିଓଟିକୁ ସେୟାର କରି ଶିଳ୍ପା ସେଥିରେ ନିଜ ମନର କଥା କହିଛନ୍ତି।

ଶିଳ୍ପା ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଥିବା ଭିଡିଓରେ ରାଜ କୁନ୍ଦ୍ରାଙ୍କ ସହ ନିଜର କିଛି ଯୁଗଳ ଫଟୋ ଦେଇଛନ୍ତି। ଭିଡିଓରେ ଦୁହେଁ ବେଶ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି।

ଶିଳ୍ପା ଭିଡିଓ ସେୟାର କରି ଲେଖିଛନ୍ତି, ‘ବିବାହ ବାର୍ଷିକୀ ଅଭିନନ୍ଦନ କୁକି। ୱାଆ। ଏହି ଜୀବନରେ ମୋ ସହ ଏତେ ସୁନ୍ଦର ଯାତ୍ରା ପାଇଁ ଧନ୍ୟବାଦ। ତୁମେ, ମୁଁ ଆଉ ଆମେ, ଏତିକି ମୁଁ ଚାହେଁ। ଆମ ଦୁହିଁଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ, କୁକି।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାଜ କୁନ୍ଦ୍ରା ଜଣେ ବ୍ୟବସାୟୀ। ସେ ୨୦୦୯ ମସିହାରେ ଶିଳ୍ପାଙ୍କ ହାତ ଧରିଥିଲେ। ସେ କୋଟି କୋଟି ଟଙ୍କାର ସଂପତିର ମାଲିକ। ଖବର ଶୁଣିବାକୁ ମିଳିଥିଲା ଯେ ଶିଳ୍ପାଙ୍କୁ ବିବାହ କରିବା ପୂର୍ବରୁ ରାଜ୍‌ ତାଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe