ଶିଳ୍ପା ଓ ରାଜଙ୍କ ପିଛା ଛାଡ଼ୁନାହିଁ ସମସ୍ୟା: ଠକେଇ ଅଭିଯୋଗ ପରେ ଓକିଲ ଦେଲେ ସଫେଇ

ବ୍ୟବସାୟୀ ଦୀପକ କୋଠାରୀ କରିଥିବା ଦାବିକୁ ନେଇ ଶିଳ୍ପା ଓ ରାଜଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି, ‘ସେଲିବ୍ରିଟି ଦମ୍ପତିଙ୍କ ଉପରେ ମିଥ୍ୟା ଅଭିଯୋଗ କରାଯାଉଛି। ଏଭଳି ଅଭିଯୋଗ କରି ସମାଜରେ ଦମ୍ପତିଙ୍କ ଛବିକୁ ଖରାପ କରାଯିବାକୁ ଉଦ୍ୟମ କରାଯାଉଛି।

New Project (7)

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ପିଛା ଛାଡ଼ୁନାହିଁ। ଶିଳ୍ପା, ରାଜ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ବ୍ୟବସାୟୀ ଠକେଇ ମାମଲା ରୁଜୁ କରିଛନ୍ତି। 

ମୁମ୍ବାଇ ପୁଲିସ ଅଧିକାରୀଙ୍କ କହିବାନୁସାରେ, ୬୦ବର୍ଷର ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି କି ଶିଳ୍ପା ଓ ରାଜ ଦୁହେଁ ମିଶି ୬୦କୋଟି ଟଙ୍କାର ଠକେଇ କରିଛନ୍ତି। ଦୁହିଁଙ୍କୁ ସେ ୨୦୧୫ରୁ ୨୦୨୩  ପର୍ଯ୍ୟନ୍ତ ବ୍ୟବସାୟ ବୃଦ୍ଧି ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ଦୁହେଁ ଏ ଟଙ୍କାକୁ ସେମାନଙ୍କ ବ୍ୟକ୍ତି କାମରେ ଖର୍ଚ୍ଚ କରି ଉଡ଼ାଇ ଦେଇଛନ୍ତି। ଏହି ମାମଲାର ଯାଞ୍ଚ ଦାୟିତ୍ବ ଇଓଡବ୍ଲ୍ୟୁକୁ ଦିଆଯାଇଛି।

ଦୀପକ କୋଠାରୀ କ୍ୟାପିଟଲ ଫାଇନେନସିଆଲ ସର୍ଭିସେଜର ନିର୍ଦ୍ଦେଶକ ଅଛନ୍ତି। ଦୀପକ ଦାବି କରିଛନ୍ତି କି, ‘ମୁଁ ଶିଳ୍ପା ଓ ରାଜଙ୍କ ଏବେ ବନ୍ଦ ହୋଇଯାଇଥିବା କମ୍ପାନି ବେଷ୍ଟ ଡିଲ ଟିଭି ପ୍ରା. ଲି ସହିତ ଜଡ଼ିତ ଥିଲି। ‌ଏବଂ କିଛି ନିବେଶ କରିଥିଲି । ଏହି ନିବେଶକୁ  ଷ୍ଟାର ଦମ୍ପତି ଠକି ଦେଇଛନ୍ତିି।’

ବ୍ୟବସାୟୀ ଦୀପକ କୋଠାରୀ କରିଥିବା ଦାବିକୁ ନେଇ ଶିଳ୍ପା ଓ ରାଜଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି, ‘ସେଲିବ୍ରିଟି ଦମ୍ପତିଙ୍କ ଉପରେ ମିଥ୍ୟା ଅଭିଯୋଗ କରାଯାଉଛି। ଏଭଳି ଅଭିଯୋଗ କରି ସମାଜରେ ଦମ୍ପତିଙ୍କ ଛବିକୁ ଖରାପ କରାଯିବାକୁ ଉଦ୍ୟମ କରାଯାଉଛି। ଏଭଳି ଯୋଜନାରେ ଯେଉଁ ଲୋକମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe