ବିବାହ ପାଇଁ ପ୍ରସ୍ତୁତ ଶିଳ୍ପା, ଏହି ଅଭିନେତାଙ୍କ ହାତ ଧରିବେ ଅଭିନେତ୍ରୀ !

Advertisment

ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି | ଏବେ ଲାଗୁଛି ଯେ ଅଭିନେତ୍ରୀ ବିବାହ କରିବାକୁ ମନସ୍ଥ କରିଛନ୍ତି। ତାଙ୍କ ନାମ ଜଣେ ଅଭିନେତାଙ୍କ ସହ ଯୋଡାଯାଉଛି।

Updated On

ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି | ଏବେ ଲାଗୁଛି ଯେ ଅଭିନେତ୍ରୀ ବିବାହ କରିବାକୁ ମନସ୍ଥ କରିଛନ୍ତି। ତାଙ୍କ ନାମ ଜଣେ ଅଭିନେତାଙ୍କ ସହ ଯୋଡାଯାଉଛି।

ଅଦ୍ୟତନ ହୋଇଛି
sjilpu

ମୁମ୍ବାଇ: ଅଙ୍ଗୁରି ଭାବୀ ଭାବେ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସିନ୍ଦେ ବର୍ତ୍ତମାନ ଷ୍ଟଣ୍ଟ ରିଅଲିଟି ସୋ ଖତ୍ରୋଁ କେ ଖିଲାଡି-୧୪ରେ ନଜର ଆସୁଛନ୍ତି । ସୋ’ରେ ଷ୍ଟଣ୍ଟ କରିବା ସହିତ ଶିଳ୍ପା ବହୁତ ମଜା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଚୁଲବୁଲି ଗୁଣ ପାଇଁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି। ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କେ‌ବେ ବିବାହ କରିବେ ସେହି ଦିନକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଶିଳ୍ପାଙ୍କୁ ୪୯ବର୍ଷ ବୟସ ହୋଇଥିବା ବେଳେ ସେ ଏବେ ବି ଅବିବାହିତ ଅଛନ୍ତି। ହେଲେ ଏବେ ଚର୍ଚ୍ଚା ହେଉଛି ଯେ, ଶିଳ୍ପା ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଖତ୍ରୋଁ କେ ଖିଲାଡି-୧୪ର ସହ ପ୍ରତିଯୋଗୀଙ୍କୁ ବିବାହ କରିବେ ବୋଲି କୁହାଯାଉଛି।  

ଅଭିନେତାଜଣକ ହେଲେ କରଣବୀର ମେହରା। କରଣବୀର ମଧ୍ୟ ଖତ୍ରୋଁ କେ ଖିଲାଡି-୧୪ରେ ଭାଗ ନେଇଛନ୍ତି। ଦୁହେଁ ପୁରୁଣା ବନ୍ଧୁ ହୋଇଥିବା ବେଳେ ଏହି ସୋ’ ଦୁହିଁଙ୍କ କେମେଷ୍ଟ୍ରି ଦେଖି ପରସ୍ପରକୁ ବିବାହ କର ବୋଲି ପ୍ରଶଂସକ କହିବା ଆରମ୍ଭ କରିଛନ୍ତି। ଏକ ଷ୍ଟଣ୍ଟ ସମୟରେ କରଣବୀର କହିଥିଲେ ଯେ "ଯଦି ଆମେ ଏହି ଷ୍ଟଣ୍ଟ ଜିତିବା ତେବେ ଆମେ ବିବାହ କରିନେବା।" କରଣ, ଶିଳ୍ପାଙ୍କୁ ଭଲପାଏ ବୋଲି କହିଥିଲେ। ଏହା ଶୁଣି ଶିଳ୍ପା ଲାଜେଇ ଯାଇଥିବା ବେଳେ ବିବାହ କରିବାକୁ ମନା କରିଥିଲେ। ସେ କହିଥିଲେ, "ନା, ବିବାହ କଲେ ଅସୁବିଧା ହେବ।" ଏହା ଶୁଣି କରଣବୀର କହିଥିଲେ, "ନା; କିଛି ସମସ୍ୟା ହେବ ନାହିଁ।" ଏହି ଭିଡିଓ ଖୁବ ଭାଇରାଲ ହେଉଥିବା ବେଳେ ଦୁହେଁ ବିବାହ ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe