ମାତୃତ୍ବ ଲାଭକୁ ନେଇ ଶିଳ୍ପାଙ୍କ ମତ

Advertisment
ମାତୃତ୍ବ ଲାଭକୁ ନେଇ ଶିଳ୍ପାଙ୍କ ମତ

BollywoodShaadis.com

୪୫ବର୍ଷ ବୟସ‌ରେ ଶିଳ୍ପା ସେଟ୍ଟୀ ପୁଣି ଥରେ ମାତୃତ୍ବ ଲାଭ କରିଛନ୍ତି। ଝିଅ ସମିଶାକୁ ସେ ସରୋଗେସି ମାଧ୍ୟମରେ ଜନ୍ମ ଦେଇଛନ୍ତି। ତେବେ ନେହା ଧୂପିଆଙ୍କ ଚାର୍ଟ ସୋ’ରେ ଯୋଗ ଦେଇ ‌ଶିଳ୍ପା କହିଛନ୍ତି, ୪୫ ବର୍ଷ ବୟସରେ ମା’ ହେବାକୁ ସମାଜ ସମାଲୋଚନା କରିପାରେ। କିନ୍ତୁ ଏହାକୁ ମୁଁ ବିଲ୍‌କୁଲ କର୍ଣ୍ଣପାତ କରେ ନାହିଁ। ଅନ୍ୟମାନଙ୍କର ଏନେଇ କୌଣସି ମତ ରଖିବା କିମ୍ବା ସମାଲୋଚନା କରିବାର କିଛି ବି କାରଣ ନାହିଁ। ଏହା ତାଙ୍କ କ‌ାମ ନୁହେଁ।

ଜଣେ ମା’ ହିସାବରେ ମୁଁ ଜାଣିଛି, ମୋ ଛୁଆଙ୍କ ସେବ‌ାଯତ୍ନ କରିବା। ଏହା ସତ ଯେ ମୁଁ ୫୦ ବର୍ଷର ହେଲା ବେଳକୁ ମୋ ଝିଅ ୫ବର୍ଷର ହୋଇଥିବ। କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିବି, ଯେମିତି ମୋ ବାପା-ମା’ ମୋର ଲାଳନପାଳନ କରିଛନ୍ତି, ଠିକ୍ ସେହିଭଳି ମୁଁ ମୋ ପିଲାମାନଙ୍କୁ ପାଳିବି। ଏହା ସତ ଯେ ଛୋଟ ଘରେ ଅଳ୍ପ ସୁବିଧା ଭିତରେ ମୁଁ ବଢ଼ିଛି। କିନ୍ତୁ ଯେତିକି ଭଲ ପାଇବା ମତେ ମିଳିଛି, ସେମିତି ଭଲପାଇବା ମୁଁ ମୋ ଛୁଆମାନଙ୍କୁ ଅଜାଡ଼ି ଦେବି। ପ୍ରକାଶଯୋଗ୍ୟ, ‘ନିକମ୍ମା’ ଚଳଚ୍ଚିତ୍ର ଜରିଆରେ ଶିଳ୍ପା ପୁଣି ବଡ଼ ପରଦାକୁ ଫେରୁଛନ୍ତି। ଏଥିସହ ‘ହଙ୍ଗାମା-୨’ରେ ବି ଶିଳ୍ପା ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe