jagran
ମୁମ୍ବାଇ: ରାପର ଏମସି ଷ୍ଟାନ ଓ ତାଜିକିସ୍ତାନୀ କଣ୍ଠଶିଳ୍ପୀ ଅବଦୁ ରୋଜେକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଲେ ତାଙ୍କ ବନ୍ଧୁ ତଥା ବିଗ୍ ବସ୍ -୧୬ପ୍ରତିଯୋଗୀ ଶିବ ଠାକରେ। ମଣ୍ଡଲୀ ଶେଷ ହୋଇନାହିଁ ବୋଲି କହିଲେ ଶିବ। ବିଗ୍ ବସ୍-୧୬ରେ ଷ୍ଟାନ, ଅବଦୁ, ଶିବ ଠାକରେ, ସାଜିଦ ଖାନ୍, ଶୁମ୍ବୁଲ ତୌକିର ଖାନ୍ ଓ ନିମ୍ରିତ କୌର ଅହଲୁୱାଲିଆଙ୍କ ଗୋଷ୍ଠୀକୁ ମଣ୍ଡଲିର ନାଁ ଦିଆଯାଇଥିଲା। ହେଲେ ଏବେ ମଣ୍ଡଲି ଶେଷ ବୋଲି କହିଥିଲେ ଅବଦୁ। ଷ୍ଟାନ ଗଣମାଧ୍ୟମରେ ତାଙ୍କ ନାଁରେ ମିଛ କହିଥିବା ଅଭିଯୋଗ କରିଥିଲେ ଅବଦୁ। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶିବ।
ସେ କହିଛନ୍ତି ଯେ, ଗୋଟିଏ ଶବ୍ଦକୁ ନେଇ ଏବେ ପୂରା କାହାଣୀ ତିଆରି ହୋଇସାରିଛି। ଲୋକେ ଆମ ବିଷୟରେ ଏତେ ଆଲୋଚନା କରୁଛନ୍ତି ବା ମଣ୍ଡଲୀ ଭାଙ୍ଗିଯାଇଛି ବୋଲି ଚିନ୍ତିତ ଅଛନ୍ତି, କାରଣ ସେମାନେ ଆମକୁ ଭଲ ପାଆନ୍ତି। ମୁଁ ଅବଦୁ ଓ ଷ୍ଟାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଜାଣି ଆଶ୍ଚର୍ଯ୍ୟ ହେବା ସହ ଚିନ୍ତିତ ହୋଇପଡ଼ିଥିଲି। ମୁଁ ଏବିଷୟରେ ଦୁହିଁଙ୍କୁ ପଚାରିଥିଲି। ଏବେ ସବୁ ଠିକ ଅଛି। ଛୋଟ ଭୁଲ ବଝାମଣା ଥିଲା, ଏବେ ତାହା ଦୂର ହୋଇଛି।
ଉଲ୍ଲେଖଯୋଗ୍ୟ, ଇନଷ୍ଟାରେ ଲାଇଭ ଆସି ଅବଦୁ କହିଥିଲେ, “ଯେତେବେଳେ ମୁଁ ଏମସି ଷ୍ଟାନକୁ କଲ୍ କରିଥିଲି, ସେ କୌଣସି ଜବାବ ଦେଇନଥିଲେ। ସେ ମୋ କଲ୍ ସିଧାସଳଖ କାଟି ଦେଇଥିଲେ। ସମସ୍ତେ ଆସି ମୋତେ ଏମସି ଷ୍ଟାନଙ୍କ ବିଷୟରେ ପଚାରୁଛନ୍ତି। ଆପଣ ପ୍ରକୃତରେ ଭାବୁଛନ୍ତି କି ମୁଁ ଏମସି ଷ୍ଟାନ ପାଇଁ କେବେ ଖରାପ କଥା କହିପାରିବି? ଯେତେବେଳେ ବିଗ୍ ବସ୍ ଘରେ ସେ ଦୁଃଖୀ ଥିଲେ ମୁଁ ସବୁବେଳେ ତାଙ୍କ ସହିତ ଥିଲି। ବର୍ତ୍ତମାନ ସେ ଗଣମାଧ୍ୟମରେ କହୁଛନ୍ତି ଯେ ମୁଁ ତାଙ୍କୁ ମୋର ଗୀତର ପ୍ରଚାର କରିବାକୁ କହିଥିଲି। ସେ କାହିଁକି ଏପରି କରୁଛନ୍ତି। ମୋର ମୁଣ୍ଡ ବିନ୍ଧୁଛି। ଷ୍ଟାନ ଏଭଳି କହିଥିବା ଜାଣିବା ପରେ ମୁଁ ତାଙ୍କ ଉପରେ ରାଗିଛି।”
Follow Us