‘ସିଆଇଡି-୨’ରେ ଏସିପି ପ୍ରଦ୍ୟୁମ୍ନଙ୍କ ହେବ ଧମାକାଦାର ପ୍ରବେଶ

Advertisment

ସମ୍ପ୍ରତି ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ସିଆଇଡି ୨ରେ ଶିବାଜୀ ସାଟମଙ୍କ ଏକ ଧମାକାଦାର ପ୍ରବେଶ କରାଯାଇଛି। ସୋ’ର ନୂତନ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି। ପ୍ରମୋରେ ପୁଣି ଥରେ ଏସିପି ପ୍ରଦ୍ୟୁମ୍ନଙ୍କୁ ଏକ ନୂତନ ମିଶନରେ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି

ସମ୍ପ୍ରତି ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ସିଆଇଡି ୨ରେ ଶିବାଜୀ ସାଟମଙ୍କ ଏକ ଧମାକାଦାର ପ୍ରବେଶ କରାଯାଇଛି। ସୋ’ର ନୂତନ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି। ପ୍ରମୋରେ ପୁଣି ଥରେ ଏସିପି ପ୍ରଦ୍ୟୁମ୍ନଙ୍କୁ ଏକ ନୂତନ ମିଶନରେ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି

ryttery

ମୁମ୍ବାଇ: ସିଆଇଡିର ସୋ’ ୧୯୯୮ ମସିହାରେ ପ୍ରସାରିତ ହୋଇ ୨୦୧୮ ମସିହାରେ ବନ୍ଦ ହୋଇଯାଇଥିଲା। ଏହାପରେ ଡିସେମ୍ବର ୨୦୨୪ରେ ଏହି ସୋ’ ଦ୍ୱିତୀୟ ସିଜିନ୍ ସହିତ ଫେରିଥିଲା। ଏହି ସିଜିନର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଏସିପି ପ୍ରଦ୍ୟୁମ୍ନ ଅର୍ଥାତ୍ ଶିବାଜୀ ସାଟମ୍‌ଙ୍କ ମୃତ୍ୟୁ ଦେଖାଯିବା ପରେ ଦର୍ଶକମାନେ ନିରାଶ ହୋଇଯାଇଥିଲେ।

ଏହାପରେ ସୋ’ରେ ଏସିପି ଆୟୁଷ୍ମାନ ଭୂମିକାରେ ପାର୍ଥ ସମଥାନ୍ ପ୍ରବେଶ କରିଥିଲେ। ଏଥିପାଇଁ ପାର୍ଥଙ୍କୁ ବହୁତ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସମ୍ପ୍ରତି ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ସିଆଇଡି ୨ରେ ଶିବାଜୀ ସାଟମଙ୍କ ଏକ ଧମାକାଦାର ପ୍ରବେଶ କରାଯାଇଛି। ସୋ’ର ନୂତନ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି।

ପ୍ରମୋରେ ପୁଣି ଥରେ ଏସିପି ପ୍ରଦ୍ୟୁମ୍ନଙ୍କୁ ଏକ ନୂତନ ମିଶନରେ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି। ସୋ’ର ନୂତନ ପ୍ରୋମୋ ସୋନି ଟିଭିର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ସେୟାର କରାଯାଇଛି। ପ୍ରୋମୋ ସେୟାର କରିବା ସମୟରେ, ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି - ପିକ୍ଚର ଅଭି ବାକି ହୈ ମେରେ ଦୋସ୍ତ।

ଏସିପି ପ୍ରଦ୍ୟୁମ୍ନଙ୍କ ପ୍ରତ୍ୟାବର୍ତ୍ତନର ପ୍ରୋମୋ ଦେଖି ଦର୍ଶକମାନେ ବହୁତ ଖୁସି ହୋଇଯାଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ପାର୍ଥ କହିଥିଲେ, ‘ମୁଁ କମ୍ ସମୟ ପାଇଁ ସିଆଇଡି ୨ର ଅଂଶ ଥିଲି। ଏହା ମୁଁ ଏବେ ନୁହେଁ ପୂର୍ବରୁ ଜାଣିଥିଲି। ଯେତିକି ସମୟ ସିଆଇଡି-୨ରେ କାମ କରିବାର ସୁଯୋଗ ମିଳିଛି ସେଥିରୁ ଅନେକ କିଛି ମୋତେ ଶିଖିବାକୁ ମିଳିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe