ଶିବାଙ୍ଗୀ ଯୋଶୀ ‘ଖତ୍ରୋଁ କେ ଖିଲାଡ଼ି’ରେ ଯୋଗ ଦେଇଛନ୍ତି। ପାୱାର ପ୍ୟାକ୍ ରାଇଡ୍ରେ ପ୍ରଦର୍ଶିତ ଏଇ ସୋ’କୁ ଦର୍ଶକ ବିଲକୁଲ ଷ୍ଟଣ୍ଟ୍ ରୂପରେ ଗ୍ରହଣ କରିଥାନ୍ତି। ଏଥିରେ ହୋଷ୍ଟ୍ କରୁଛନ୍ତି ସିନେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଚଳିତ ସିଜିନ୍ରେ ଏହାର ଟାଇଟଲ୍ ରହିଛି ‘ବାହୁ: ୟେ ରିସ୍ତା କ୍ୟା କେହଲାତା ହୈ’। ଏଥର ସୋ’ରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ। ସେ ଏହି ସୋ’ରେ ଏକ ଡେୟାର ଡେଭିଲ୍ ଭୂମିକାରେ ଅବତୀର୍ଣ ହେଇଛନ୍ତି। ଏକ ବାଇକ୍ରେ ବସି ଶିବାଙ୍ଗୀ ଯେଭଳି ଆକ୍ସନ୍ ପ୍ରଦର୍ଶନ କରିଛନ୍ତି ତାହା ଦର୍ଶକଙ୍କୁ ବିସ୍ମିତ କରିଛି। ଏଇ ସୋ’ ମାଧ୍ୟମରେ ଶିବାଙ୍ଗୀ ନିଜ କ୍ୟାରିୟରର ରିୟାଲିଟି ପ୍ରଦର୍ଶନ କରିବାକୁ ପ୍ରୟାସ କରିଛନ୍ତି। ଯଦିଓ ଛୋଟ ପରଦାରେ ଗରମାଗରମ ଓ ସକାରାତ୍ମକ ଚରିତ୍ରରେ ସେ ଅଭିନୟ କରିଥିବାର ଦର୍ଶକ ଦେଖିଛନ୍ତି, ଏବେ କିନ୍ତୁ ଅତ୍ୟନ୍ତ ବୋଲ୍ଡ ଭୂମିକାରେ ତାଙ୍କୁ ଦେଖୁଛନ୍ତି।
ଟେଲିଭିଜନ୍ର ଷ୍ଟଣ୍ଟ୍ ସୋ ‘ଖତ୍ରୋଁ କେ ଖିଲାଡ଼ି’ ସିଜିନ୍-୧୨ରେ ଶିବାଙ୍ଗୀ ଭୟଙ୍କର ଅବତାର ନେଇଛନ୍ତି। ଜଣେ ଝିଅ ହୋଇ ସୋ’ରେ ସେ କୁମ୍ଭୀର ଅବତାର ନେବା ବିସ୍ମୟକର ହେଇଛି। ତାଙ୍କୁ ଦେଖି ପ୍ରଶଂସକମାନେ କହୁଛନ୍ତି ଶିବାଙ୍ଗୀ ‘ତୁମ ଅବତାର ଧମାକେଦାର’। ପର୍ଭରିସ୍, ବିନ୍ତାହ: ଲଭ୍ ବାଇଚାନ୍ସ, ବେଗୁସାରାଇ, ୟେ ହୈ ଆସିକୀ, ପ୍ୟାର୍ ତୁନେ କ୍ୟା କିୟା, ୟେ ହୈ ରିସ୍ତା କ୍ୟା କେହ୍ଲାତା ହୈ, ବାଳିକା ବଧୂ-୨, ଫିଅର୍ ଫ୍ୟାକ୍ଟର୍ ସିଜିନ୍-୧୨ ଆଦିରେ ଦମ୍ଦାର ଭୂମିକାରେ ଅଭିନୟ କରି ଶିବାଙ୍ଗୀ ବେଶ୍ ଚର୍ଚ୍ଚିତ ହେଇଛନ୍ତି। ଟେଲି ଦୁନିଆରେ ଶିବାଙ୍ଗୀ ଜଣେ ପରିଚିତ ଅଭିନେତ୍ରୀ, ସେଇଥିପାଇଁ ଏବେ ଦର୍ଶକଙ୍କ ପୂରା ନଜର ତାଙ୍କରି ଉପରେ।
Follow Us