ଶିବାନୀ ଏବେ ସୁଲୋଚନା

Advertisment

ଯୁବତୀଙ୍କୁ ବୟସ ତେଇଶି କି ଚବିଶ, ହେଲେ କଥାବାର୍ତ୍ତା ଓ କାର୍ଯ୍ୟକଳାପ ଗୋଟିଏ ନଅ/ଦଶ ବର୍ଷର ଝିଅ ପରି। ନାଁ ତାଙ୍କର ସୁଲୋଚନା। ଘଟଣାକ୍ରମେ ସେ ଜଗା ନାମକ ଅବଢ଼ା ବୋଝିଆଙ୍କୁ ବିବାହ କରନ୍ତି।

ଯୁବତୀଙ୍କୁ ବୟସ ତେଇଶି କି ଚବିଶ, ହେଲେ କଥାବାର୍ତ୍ତା ଓ କାର୍ଯ୍ୟକଳାପ ଗୋଟିଏ ନଅ/ଦଶ ବର୍ଷର ଝିଅ ପରି। ନାଁ ତାଙ୍କର ସୁଲୋଚନା। ଘଟଣାକ୍ରମେ ସେ ଜଗା ନାମକ ଅବଢ଼ା ବୋଝିଆଙ୍କୁ ବିବାହ କରନ୍ତି।

dggdcvcv

ଯୁବତୀଙ୍କୁ ବୟସ ତେଇଶି କି ଚବିଶ, ହେଲେ କଥାବାର୍ତ୍ତା ଓ କାର୍ଯ୍ୟକଳାପ ଗୋଟିଏ ନଅ/ଦଶ ବର୍ଷର ଝିଅ ପରି। ନାଁ ତାଙ୍କର ସୁଲୋଚନା। ଘଟଣାକ୍ରମେ ସେ ଜଗା ନାମକ ଅବଢ଼ା ବୋଝିଆଙ୍କୁ ବିବାହ କରନ୍ତି। ଆଉ ତା’ପରେ ଉଭୟଙ୍କ ଜୀବନରେ କ’ଣ ସବୁ ଘଟୁଛି, ତାହାକୁ ନେଇ ନିର୍ମାଣ ହୋଇଛି ଏକ ଓଡ଼ିଆ ସିନେମା। ଏହି ଛବିରେ ମାନସିକ ସ୍ତରରେ ଅନଗ୍ରସର ଯୁବତୀ ଭୂମିକାରେ ନଜର ଆସିବେ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀ। ୯ ବର୍ଷର କ୍ୟାରିୟର୍‌ରେ ପ୍ରଥମ ଥର ଲାଗି ଏଭଳି ଚରିତ୍ର ପାଇଥିବାରୁ ସେ ଖୁବ୍ ଖୁସି। ଏହା ତାଙ୍କ ଲାଗି ଚ୍ୟାଲେଞ୍ଜିଂ ଥିଲେ ବି ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ଚରିତ୍ରକୁ ନିଭାଇଛନ୍ତି ସେ। ଏଠାରେ ରମେଶ ବାରିକଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ କଥା କୁହାଯାଉଛି।

ବାନୀଙ୍କ ଯୋଡ଼ିକୁ ପରଦାରେ ଭେଟିବେ। ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ସାଜି କ୍ୟାରିୟର୍‌ ଆରମ୍ଭ କରିଥିବା ଶିବାନୀ ପରେ ବଡ଼ ପରଦାରେ ଅନୁଭବ, ଅରିନ୍ଦମ ଓ ସ୍ବରାଜ ଆଦି ନାୟକଙ୍କ ନାୟିକା ଭାବେ ଅଭିନୟ କରିଛନ୍ତି। ‘ଗଣ୍ଡ ଭୈରବ’ରେ ଦେବାଶିଷ-ଶିବାନୀ ଯୋଡ଼ି ବ୍ୟତୀତ ଶଙ୍କର ବସୁମଲ୍ଲିକ, ପୃଥ୍ବୀରାଜ, ପୁଷ୍ପା ପଣ୍ଡା, ଅସିତ, ସୋମା ଭୌମିକ, କେ କେ ଓ ଶୁଭ୍ରାଂଶୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ଉପରେ ଆଧାରିତ ଏହି ସିନେମାର ସଙ୍ଗୀତକାର ହେଲେ ଗୌରବ ଆନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe