ରାମ ସେତୁ ସୁଟିଂ ଶେଷ: ଦୀପାବଳିରେ ମୁକ୍ତିଲାଭ

ରାମ ସେତୁ ସୁଟିଂ ଶେଷ: ଦୀପାବଳିରେ ମୁକ୍ତିଲାଭ

ଅକ୍ଷୟ କୁମାର ଆଗାମୀ ଚଳଚ୍ଚିତ୍ର ‘ରାମ ସେତୁ’ର ସୁଟିଂ ଶେଷ କରିଛନ୍ତି। ସୋମବାର ଦିନ ସେ ଟୁଇଟର୍‌ରେ ଏକ ପୋଷ୍ଟ କରି ଏ କଥା ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣରେ ଏତେ କଥା ଶିଖିବାକୁ ପାଇଲେ ଯେ ତାଙ୍କୁ ସ୍କୁଲ୍ ଫେରିଲା ଭଳି ଅନୁଭବ ହେଉଥିଲା ବୋଲି ଅକ୍ଷୟ ଉଲ୍ଲେଖ କରିଛନ୍ତି। ଏଥି ସହିତ ସେ ସୁଟିଂ ଶେଷ ହେବା ସମୟର ଏକ ଭିଡିଓ ଜାରି କରି ‘ରାମ ସେତୁ’ରେ ତାଙ୍କ ରୂପର ଝଲକ ଦେଖାଇଛନ୍ତି।

ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହିତ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୂସରତ ଭରୁଚା ଅଭିନୟ କରିଛନ୍ତି। ଏହାକୁ ଆସନ୍ତା ଦୀପାବଳି ଅବସରରେ ମୁକ୍ତିଲାଭ କରିବାର ଯୋଜନା ରଖାଯାଇଛି। ପୂର୍ବରୁ ‘ଦି ଜୋୟା ଫ୍ୟାକ୍ଟର୍’, ‘ପରମାଣୁ’, ‘ତେରେ ବିନ୍ ଲାଦେନ୍’ ଆଦିର ନିର୍ଦେଶନା ଦେଇଥିବା ଅଭିଷେକ ଶର୍ମା ଏହାର ନିର୍ଦେଶନା ଦେଇଛନ୍ତି। ଅକ୍ଷୟ ‘ପୃଥ୍ବୀରାଜ’, ‘ବଚ୍ଚନ ପାଣ୍ଡେ’, ‘ରକ୍ଷା ବନ୍ଧନ’, ‘ସିଣ୍ଡରେଲା’, ‘ଓଏମ୍‌ଜି ୨’ ଚଳଚ୍ଚିତ୍ର ପାଇଁ ମଧ୍ୟ ଅନୁବନ୍ଧିତ ରହିଛନ୍ତି। ତେଣୁ ଖିଲାଡ଼ି କୁମାର ବର୍ଷ ସାରା ବ୍ୟସ୍ତ ରହିବେ ବୋଲି ଏବେରୁ ସଙ୍କେତ ମିଳିଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe