Cine Speaks
କିଛି ଦିନ ତଳେ ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ଲଣ୍ଡନ୍ ଯାଇଥିଲେ ଶ୍ରେୟା ସରନ। ସୁଟିଂ ସରିବା ପରେ ହାତରେ ସମୟ ଥିଲା। ଇଚ୍ଛା କଲେ, ବକିଂହାମ୍ ପ୍ରାସାଦ ବୁଲିଦେଖିବେ। ଏମିତିରେ ଇଂଲଣ୍ଡ୍ର ରାଜ-ପରିବାରର ଉକ୍ତ ବାସସ୍ଥାନର କିଛି ଅଂଶ ବର୍ଷ ତମାମ ପର୍ଯ୍ୟଟକଙ୍କ ସକାଶେ ଖୋଲାଥାଏ। ବିଶେଷ ଅବସରରେ ଅଧିକ ଦେଖିବାର ସୁବିଧା ଦିଆଯାଏ। ତେବେ, ସାଧାରଣତଃ ସମସ୍ତଙ୍କୁ ଦଳରେ ବୁଲେଇ ନିଆଯାଏ। ତେଣୁ, ଶ୍ରେୟା ମଧ୍ୟ ଦଳରେ ଯିବାର ଥିଲା। ସେ ଆଗ ଧାଡ଼ିର ଭାରତୀୟ ଅଭିନେତ୍ରୀ ବୋଲି ଜଣାପଡ଼ିବା ପରେ, ତାଙ୍କୁ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଥିଲେ। ତାଙ୍କୁ ଏକଲା, ପ୍ରାସାଦର ଅନେକ ଅଂଶ ବୁଲେଇ ଦେଖାଯାଇଥିଲା। ତାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଅଭିନେତ୍ରୀ, ଏ ଭଳି ସୁଯୋଗ ପାଇଛନ୍ତି କି ନା ଅଜଣା!। ଆଉ ଶ୍ରେୟା ସୁଯୋଗ ପାଇ ନିଜକୁ ଧନ୍ୟ ମନେକରୁଛନ୍ତି।
Follow Us