ଶ୍ରୀତମ ଏବେ ମୁକୁନ୍ଦ ଦେବ

Advertisment

ସବ୍ୟସାଚୀ ମହାପାତ୍ରଙ୍କ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ଶ୍ରୀଜଗନ୍ନାଥଙ୍କ ଭୂମିକା ନିଭାଇଥିବା   ଅଭିନେତା ଶ୍ରୀତମ ଦାସଙ୍କୁ ଦର୍ଶକ ନୂଆ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଗଜପତି ମୁକୁନ୍ଦ ଦେବ ଚରିତ୍ରରେ ଦେଖିବାକୁ ପାଇବେ।

ସବ୍ୟସାଚୀ ମହାପାତ୍ରଙ୍କ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ଶ୍ରୀଜଗନ୍ନାଥଙ୍କ ଭୂମିକା ନିଭାଇଥିବା   ଅଭିନେତା ଶ୍ରୀତମ ଦାସଙ୍କୁ ଦର୍ଶକ ନୂଆ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଗଜପତି ମୁକୁନ୍ଦ ଦେବ ଚରିତ୍ରରେ ଦେଖିବାକୁ ପାଇବେ।

Sritam Das

Sritam Das Photograph: (sambad.in )

ସବ୍ୟସାଚୀ ମହାପାତ୍ରଙ୍କ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ଶ୍ରୀଜଗନ୍ନାଥଙ୍କ ଭୂମିକା ନିଭାଇଥିବା   ଅଭିନେତା ଶ୍ରୀତମ ଦାସଙ୍କୁ ଦର୍ଶକ ନୂଆ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଗଜପତି ମୁକୁନ୍ଦ ଦେବ ଚରିତ୍ରରେ ଦେଖିବାକୁ ପାଇବେ। ଶ୍ରୀଜଗନ୍ନାଥଙ୍କ ମହିମା ଆଧାରିତ ଏହି ସିନେମାରେ ତାଙ୍କ ଭୂମିକାଟିରେ ନିଆରାପଣ ରହିଛି ଏବଂ ଏଥିଲାଗି ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି ବୋଲି ଶ୍ରୀତମ କହିଛନ୍ତି। ଏଥିରେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ମୁକୁନ୍ଦ ଦେବଙ୍କ ମହାରାଣୀ ଭୂମିକାରେ ଦେଖିବାକୁ ମିଳିବ।
‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଶିବାନୀ, ସୂର୍ଯ୍ୟମୟୀ, ଜ୍ୟୋତି, ଅଂଶୁମାନ, ଦେବୁ ପଟ୍ଟନାୟକ ଓ କୁନା ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଶଙ୍କର ତ୍ରିପାଠୀଙ୍କ ରଚିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ନାଟକ ସଫଳ ହେବା ପରେ ପ୍ରଯୋଜିକା-ନିର୍ଦ୍ଦେଶିକା ବିନି ସାମଲ ଏହାକୁ ଫିଲ୍ମ ରୂପ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ‘ସାବିତ୍ରୀ’(୧୯୯୭) ସିନେମାରୁ ନାୟକ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିବା ଶ୍ରୀତମ ଆଉ ପଛକୁ ଫେରି ଚାହିଁନାହାନ୍ତି। ଦୀର୍ଘ ୨୮ ବର୍ଷର କ୍ୟାରିୟର୍‌ ଭିତରେ ଦର୍ଶକ ତାଙ୍କୁ କେତେବେଳେ ନାୟକ ତ କେବେ ଖଳନାୟକ, ପୁଣି କେତେବେଳେ ଚରିତ୍ର ଅଭିନେତା ଭାବେ ଦେଖିବାକୁ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe