image source-deccan herald
ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତା କମଲ ହାସନଙ୍କ କନ୍ୟା ତଥା ଖ୍ୟାତନାମା ତାରକା ଶ୍ରୁତି ହାସନଙ୍କ ଜନ୍ମଦିନ।ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର ଏକ ଚର୍ଚ୍ଚିତ ଘଟଣା ସଂପର୍କରେ।
ଶ୍ରୁତି ଏକ ପିରିଅଡ୍ ଫିଲ୍ମ ‘ସଂଘମିତ୍ରା’ରେ ଟାଇଟଲ୍ ରୋଲରେ ନଜର ଆସିବେ ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏଥିରେ ତାଙ୍କୁ ମିଳିଥିଲା ଜଣେ ରାଜକୁମାରୀର ଭୂମିକା । ସେ ଜଣେ ଯୋଦ୍ଧା ଭୂମିକାରେ ନଜର ଆସିଥାନ୍ତେ ଏଥିରେ । ଏହି ସିନେମାରେ କାମ କରିବାକୁ ନେଇ ବେଶ୍ ଉତ୍ସାହିତ ଥିଲେ ଶ୍ରୁତି ହାସନ୍ । ‘ସଂଘମିତ୍ରା’ରେ ଟାଇଟଲ୍ ରୋଲରେ ଅଭିନୟ କରିବା ପାଇଁ ଶ୍ରୁତି ହାସନ ପ୍ରାୟ ୨ ବର୍ଷ ହେଲା ଟ୍ରେନିଂ ବି ନେଉଥିଲେ । ହେଲେ ସେ ଏଥିରୁ ଓହରି ଯାଇଥିଲେ ।
image source- indiatodayଏହାର କାରଣ ସଂପର୍କରେ ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ଶ୍ରୁତି ନିଜର ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍ କୋରସେଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଣୁ ସେ ନୂଆ ସିନେମା ସାଇନ୍ କରୁ ନାହାନ୍ତ ବୋଲି ସେତେବେଳେ ଶୁଣିବାକୁ ମିଳିଥିଲା। ଏହା ୨୦୧୭ ମସିହାର କଥା।
ସେହି ସମୟରେ ମାଇକେଲ୍ କୋରସେଲଙ୍କ ସହ ଶ୍ରୁତି ହାସନ ମୁମ୍ବାଇରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେହି ଉତ୍ସବରେ କମଲ ହାସନ୍ ମଧ୍ୟ ଯୋଗ ଦେଇଥିଲେ। ତା’ ଆଗରୁ ଶ୍ରୁତି ମାଆ ସାରିକାଙ୍କ ସହିତ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍ କୋରସେଲଙ୍କର ଦେଖା କରାଇଥିଲେ। ପୂର୍ବରୁ ପିତା କମଲ ହାସନ୍ ବି ଉଭୟଙ୍କ ସଂପର୍କରେ ଆପତ୍ତି ଉଠାଇ ନଥିଲେ।
ସେତେବେଳେ ଜଣାପଡ଼ୁଥିଲା ଯେ ଶ୍ରୁତି ଏହି ସଂପର୍କକୁ ନେଇ ଖୁବ୍ ସିରିଅସ୍। କିନ୍ତୁ ଆଜିଯାଏଁ ବାହା ହୋଇନାହାନ୍ତି ଶ୍ରୁତି।
Follow Us