ବଡ଼ ପରଦାକୁ ଫେରୁଛନ୍ତି ଶ୍ରୁତି

୨୦୧୬ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ‘ମୋ  ଦିଲ୍  କହେ  ଇଲୁ ଇଲୁ’ର ନାୟିକା ଶ୍ରୁତି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ଶ୍ରୁତି ଓରଫ ଶ୍ରୁତି ଦାସମହାପାତ୍ରଙ୍କୁ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

gdgagdadag

୨୦୧୬ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ‘ମୋ  ଦିଲ୍  କହେ  ଇଲୁ ଇଲୁ’ର ନାୟିକା ଶ୍ରୁତି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ଶ୍ରୁତି ଓରଫ ଶ୍ରୁତି ଦାସମହାପାତ୍ରଙ୍କୁ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ ଚରିତ୍ରରେ ଅଭିନୟ କରିଛନ୍ତି। ପ୍ରଚଳିତ ଶିକ୍ଷାନୀତି ବିଶେଷକରି ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ସିନେମାର କଥାବସ୍ତୁ ଆଧାରିତ। ‘ଗୁରୁଜୀ ନମସ୍କାର’ରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ନେଇ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କିଭଳି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ତାହା ଏଥିରେ ଦର୍ଶାଯାଇଛି। ଏହି ସିନେମାରେ ଶ୍ରୁତିଙ୍କ ବିପକ୍ଷରେ ନଜର ଆସିବେ ଟେଲିଜଗତର ଜଣାଶୁଣା ଅଭିନେତା ଗୌରବ ମହାନ୍ତି। ଜିତେନ୍ଦ୍ରୀୟ ପ୍ରଧାନଙ୍କ  ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମନ, ଶିବାଂଶୀ ସେନ୍ ଓ ଇଲୁ ବାନାର୍ଜୀ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ସଂକେତ ତ୍ରିପାଠୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଅଭିଜିତ୍ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଏହା ପୂର୍ବରୁ ଜିତେନ୍ଦ୍ରୀୟ ପ୍ରଧାନଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ରତିବାଦ’ରେ କାମ କରିଥିଲେ ଶ୍ରୁତି। ଋତୁପ୍ରିୟା ପ୍ରଡକସନ୍ସ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ଅନ୍ୟ ପ୍ରମୁଖ କଳାକାର ଥିଲେ ପ୍ରଭଞ୍ଜନ ମିଶ୍ର, ମନ୍ଦାକିନୀ ଜେନା ଓ କାଜଲ ଶତପଥୀ। ‘ଗୁରୁଜୀ ନମସ୍କାର’ରେ ବି ଶ୍ରୁତିଙ୍କୁ ଦୋହରାଇଛନ୍ତି ନିର୍ଦ୍ଦେଶକ। ଏ ପ୍ରସଙ୍ଗରେ ସେ କହନ୍ତି, ‘ପ୍ରତିବାଦ’ରେ ସେ ଏତେ ମନଛୁଆଁ ଅଭିନୟ କରିଥିଲେ ଯେ ତାଙ୍କୁ ନେବା ପାଇଁ ଆମେ ସ୍ଥିର କଲୁ। ଆଉ ଶ୍ରୁତି ବି ଏଥିରେ ଖୁବ୍ ଭଲ କାମ କରିଛନ୍ତି। ସୂଚନାଯୋଗ୍ୟ, ଲୋକନାଥ  ବାରିକଙ୍କ  ନିର୍ଦ୍ଦେଶିତ  ଫିଲ୍ମ ‘ମୋ  ଦିଲ୍  କହେ  ଇଲୁ ଇଲୁ’ରେ ଶ୍ରୁତିଙ୍କୁ ନବାଗତ  ନାୟକ ଦେବ ଶ୍ରୀଚନ୍ଦନଙ୍କ  ସହ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଓଡ଼ିଆ ସିନେମା ସହ ସେ  କେତେକ ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe