ଆଜି ହେଉଛି ଶ୍ରୁତି ହାସନଙ୍କ ଜନ୍ମଦିନ , ଜାଣନ୍ତୁ ସେ କାହିଁକି ସର୍ବଦା ଚର୍ଚ୍ଚାରେ

Advertisment
ଆଜି ହେଉଛି ଶ୍ରୁତି ହାସନଙ୍କ ଜନ୍ମଦିନ , ଜାଣନ୍ତୁ ସେ କାହିଁକି ସର୍ବଦା ଚର୍ଚ୍ଚାରେ

photo-youtube

ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତା କମଲ ହାସନଙ୍କ କନ୍ୟା ତଥା ଖ୍ୟାତନାମା ତାରକା ଶ୍ରୁତି ହାସନଙ୍କ କନ୍ୟା ଶ୍ରୁତି ହାସନଙ୍କ ଜନ୍ମଦିନ। ସେ ୧୯୮୬ ମସିହା ଜାନୁଆରି ୨୮ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଅନାଗାନାଗା ଓ ଧୀରଡୁ’। ଏହା ଥିଲା ତେଲୁଗୁ ଭାଷାରେ ତିଆରି ହୋଇଥିଲା ।ଏଥିରେ ଜଣେ ପର୍ଣ୍ଣ ଷ୍ଟାରଭାବେ ବିବେଚନା କରିଥିଲେ ଦର୍ଶକ ତାଙ୍କୁ । ଖାଲି ସେତିକି ନୁହେଁ ସେ ଏଥିରେ ଜବରଦସ୍ତ ଶରୀର ପ୍ରଦର୍ଶନ କରିଥିଲେ ଏବଂ ହଟ୍ ସିନ୍ ଦେଇଥିଲେ । ଏହା ଥିଲା ୧୯୯୨ ମସିହାରେ ରିଲିଜ୍ ହୋଇଥିବା ତେଲୁଗୁ ସିନେମା ‘ଯୋଦ୍ଧା’ର ରିମେକ୍।

publive-image photo-indiatoday

ଶ୍ରୁତି ହାସନ ଅନେକ ସମୟରେ ନିଜର ବ୍ୟକ୍ତିିଗତ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ନିକଟରେ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍‌ କୋରସେଲଙ୍କ ସହ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି।ମାଇକେଲ୍‌ କୋରସେଲଙ୍କ ସହ ଶ୍ରୁତି ହାସନ ମୁମ୍ବାଇରେ ଏକ ମ୍ୟାରେଜ୍‌ ରିସେପସନ୍‌ ପାର୍ଟିରେ ଯୋଗ ଦେଇଥିଲେ। ସେହି ପାର୍ଟିରେ କମଲ ହାସନ ମଧ୍ୟ ଯୋଗ ଦେଇଥିଲେ। କିଛି ଦିନତଳେ ଶ୍ରୁତି ମାଆ ସାରିକାଙ୍କ ସହିତ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍‌ କୋରସେଲଙ୍କର ଦେଖା କରାଇଥିଲେ। ପୂର୍ବରୁ ପିତା କମଲ ହାସନ୍‌ ବି ଉଭୟଙ୍କ ସଂପର୍କରେ ଆପତ୍ତି ଉଠାଇ ନଥିଲେ। ସେଥିରୁ ଜଣାପଡ଼ୁଛି ଯେ ଶ୍ରୁତି ଏହି ସଂପର୍କକୁ ନେଇ ଖୁବ୍‌ ସିରିଅସ୍‌।

ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୁତି ଏକ ପିରିଅଡ୍‌ ଫିଲ୍ମ ‘ସଂଘମିତ୍ରା’ରେ ଟାଇଟଲ୍‌ ରୋଲରେ ନଜର ଆସିବେ ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏଥିରେ ତାଙ୍କୁ ମିଳିଥିଲା ଜଣେ ରାଜକୁମାରୀର ଭୂମିକା । ସେ ଜଣେ ଯୋଦ୍ଧା ଚରିତ୍ର ବି ଥିଲା । ଏହି ସିନେମାରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିଲେ ଶ୍ରୁତି ହାସନ । ହେଲେ ସେ ଏଥିରୁ ଓହରି ଯାଇଥିଲେ । ଏହାର କାରଣ ସଂପର୍କରେ ସେତେ ବେଳେ ଚର୍ଚ୍ଚା ହୋଇଥିଲା ଯେ ଶ୍ରୁତି ହାସନ ବିବାହ କରିବାକୁ ଚାହୁଁଛନ୍ତି ଏଣୁ ସେ ନୂଆ ସିନେମା ସାଇନ୍‌ କରୁ ନାହାନ୍ତି। ଏହା ଅନେକାଂଶରେ ସତ୍ୟ। ଦେଖାଯାଉ କେବେ ବାହା ହେଉଛନ୍ତି ଶ୍ରୁତି ହାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe