ପ୍ରଥମ ସିନେମାରେ ଜଣେ ପର୍ଣ୍ଣ ଷ୍ଟାର ଭାବେ ବିବେଚିତ ହୋଇଥିଲେ ଏହି ନାୟିକା

Advertisment
ପ୍ରଥମ ସିନେମାରେ ଜଣେ ପର୍ଣ୍ଣ ଷ୍ଟାର ଭାବେ ବିବେଚିତ ହୋଇଥିଲେ ଏହି ନାୟିକା

photo-indiaherald

ମୁମ୍ବାଇ: ଲୋକପ୍ରିୟ ଅଭିନେତା କମଲ ହାସନଙ୍କ କନ୍ୟା ତଥା ଖ୍ୟାତନାମା ତାରକା ଶ୍ରୁତି ହାସନ ଙ୍କୁ ଲୋକେ ତାଙ୍କ ଅଭିନୀତ ପ୍ରଥମ ସିନେମାରେ ଜଣେ ପର୍ଣ୍ଣ ଷ୍ଟାରଭାବେ ବିବେଚନା କରିଥିଲେ। ଏହା ଥିଲା ତେଲୁଗୁ ଭାଷାରେ ତିଆରି ହୋଇଥିବା ‘ଅନାଗାନାଗା ଓ ଧୀରଡୁ’। ଏହି ସିନେମାରେ ଠିକ୍ ପର୍ଣ୍ଣ ଷ୍ଟାରଙ୍କ ଭଳି ଦିଶୁଥିଲେ ।ଖାଲି ସେତିକି ନୁହେଁ ସେ ଏଥିରେ ଜବରଦସ୍ତ ଶରୀର ପ୍ରଦର୍ଶନ କରିଥିଲେ ଏବଂ ହଟ୍ ସିନ୍ ଦେଇଥିଲେ । ଏହା ଥିଲା ୧୯୯୨ ମସିହାରେ ରିଲିଜ୍ ହୋଇଥିବା ତେଲୁଗୁ ସିନେମା ‘ଯୋଦ୍ଧା’ର ରିମେକ୍।

publive-image photo-indiatoday

ଏବେ ଶ୍ରୁତି ହାସନ ପୁଣି ଚର୍ଚ୍ଚାରେ । ସେ ପୁଣି ଥରେ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍‌ କୋରସେଲଙ୍କ ସହ ସାର୍ବଜନୀନ ସ୍ଥାନରେ ନଜର ଆସିଥିଲେ କିଛି ଦିନତଳେ।ମାଇକେଲ୍‌ କୋରସେଲଙ୍କ ସହ ଶ୍ରୁତି ହାସନ ମୁମ୍ବାଇରେ ଏକ ମ୍ୟାରେଜ୍‌ ରିସେପସନ୍‌ ପାର୍ଟିରେ ଯୋଗ ଦେଇଥିଲେ। ସେହି ପାର୍ଟିରେ କମଲ ହାସନ ମଧ୍ୟ ଯୋଗ ଦେଇଥିଲେ। କିଛି ଦିନତଳେ ଶ୍ରୁତି ମାଆ ସାରିକାଙ୍କ ସହିତ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍‌ କୋରସେଲଙ୍କର ଦେଖା କରାଇଥିଲେ। ପୂର୍ବରୁ ପିତା କମଲ ହାସନ୍‌ ବି ଉଭୟଙ୍କ ସଂପର୍କରେ ଆପତ୍ତି ଉଠାଇ ନଥିଲେ। ସେଥିରୁ ଜଣାପଡ଼ୁଛି ଯେ ଶ୍ରୁତି ଏହି ସଂପର୍କକୁ ନେଇ ଖୁବ୍‌ ସିରିଅସ୍‌।

ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୁତି ଏକ ପିରିଅଡ୍‌ ଫିଲ୍ମ ‘ସଂଘମିତ୍ରା’ରେ ଟାଇଟଲ୍‌ ରୋଲରେ ନଜର ଆସିବେ ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏଥିରେ ତାଙ୍କୁ ମିଳିଥିଲା ଜଣେ ରାଜକୁମାରୀର ଭୂମିକା । ସେ ଜଣେ ଯୋଦ୍ଧାଚରିତ୍ର ବି ଥିଲା । ଏହି ସିନେମାରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିଲେ ଶ୍ରୁତି ହାସନ । ହେଲେ ସେ ଏଥିରୁ ଓହରି ଯାଇଥିଲେ । ଏହାର କାରଣ ସଂପର୍କରେ ସେତେ ବେଳେ ଚର୍ଚ୍ଚା ହୋଇଥିଲା ଯେ ଶ୍ରୁତି ହାସନ ବିବାହ କରିବାକୁ ଚାହୁଁଛନ୍ତି ଏଣୁ ସେ ନୂଆ ସିନେମା ସାଇନ୍‌ କରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe