ନିଶା ମୋ ସ୍ବାମୀଙ୍କୁ ବର୍ବାଦ କରିଦେଲା; ସ୍ବାମୀଙ୍କ ଦେହାନ୍ତ ପରେ ଏଭଳି କହିଲେ ଶୁଭାଙ୍ଗୀ

Advertisment
wqr

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ 'ଭାବଜୀ ଘର ପର୍ ହେଁ'  ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ। ପୂର୍ବତନ ସ୍ୱାମୀଙ୍କୁ ହରାଇଛନ୍ତି ଖ୍ୟାତନାମା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ। ଅଭିନେତ୍ରୀଙ୍କ ପୂର୍ବତନ ସ୍ୱାମୀ ପୀୟୁଷ ପୁରେଙ୍କର ଗତ ଶନିବାର ଦିନ ଇନ୍ଦୋରରେ ପରଲୋକ ହୋଇଥିଲା | ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ ଲିଭର ସିରୋସିସ୍‌ରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗମ୍ଭୀର ଥିଲା ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଶନିବାର ତାଙ୍କର ଦେହାନ୍ତ ହୋଇଥିଲା।

ସ୍ବାମୀଙ୍କୁ ହରାଇବା ପରେ ଏବେ ପ୍ରଥମ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି ଶୁଭାଙ୍ଗୀ। ସେ କହିଛନ୍ତି, "ସମ୍ପୂର୍ଣ୍ଣ କାହାଣୀ ନଜାଣି ଲୋକଙ୍କ ପାଇଁ ବିଚାର କରିବା ସହଜ। ସେମାନେ ଭାବୁଛନ୍ତି ଯେ ମୁଁ ମୋର ସଫଳତା ପରେ ପୀୟୁଷଙ୍କୁ ଛାଡ଼ି ଦେଇଥିଲି। କିନ୍ତୁ ତାହା ନୁହେଁ। ଆମର ବିଚ୍ଛେଦ ପୂର୍ବ ନିର୍ଦ୍ଧାରିତ ଥିଲା। ମୁଁ ମୋ ବିବାହକୁ ବଞ୍ଚାଇବା ପାଇଁ ସବୁକିଛି ଚେଷ୍ଟା କରିଥିଲି। କିନ୍ତୁ କିଛି ସୁଫଳ ମିଳିନଥିଲା। ତାଙ୍କୁ ନିଶା ନିବାରଣ କେନ୍ଦ୍ର ପଠାଇବା ମଧ୍ୟ କାମ କରିନଥିଲା। ଆମ ଉଭୟ ପରିବାର ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ନିଶା ତାଙ୍କୁ ନଷ୍ଟ କରିଦେଇଥିଲା। ମୋ ଝିଅ ଆଶୀ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୁଁ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲି ଏବଂ ଏହା ରାତାରାତି ଘଟିନଥିଲା। ଆମର ମତଭେଦ ପ୍ରାୟ ୨୦୧୮-୨୦୧୯ ମଧ୍ୟରେ ଆରମ୍ଭ ହୋଇଥିଲା। ତା'ପରେ ୨୦୨୫ମସିହାରେ ଆମର ଛାଡପତ୍ର ହୋଇଥିଲା। କିନ୍ତୁ ଛାଡପତ୍ର ପରେ ମଧ୍ୟ ମୁଁ ପୀୟୁଷଙ୍କ ସହିତ ଯୋଗାଯୋଗରେ ଥିଲି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe