ବିବାହ ନକରିବାକୁ ଝିଅ ପଲକଙ୍କୁ ପରାମର୍ଶ ଦେଉଛନ୍ତି ଶ୍ବେତା ତିୱାରୀ

Advertisment
ବିବାହ ନକରିବାକୁ ଝିଅ ପଲକଙ୍କୁ ପରାମର୍ଶ ଦେଉଛନ୍ତି ଶ୍ବେତା ତିୱାରୀ

www.aajtak.in

ମୁମ୍ବାଇ: ଟେଲିଭିଜନ ଦୁନିଆରେ ଶ୍ବେତା ତିୱାରୀ ଜଣେ ବହୁ ପରିଚିତ ଚେହେରା। ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ତାଙ୍କୁ ପ୍ରଶଂସକମାନେ ଅସରନ୍ତି ଭଲପାଇବା ଓଜାଡ଼ି ଦେଇଥାନ୍ତି। ବୃତ୍ତିଗତ ଜୀବନରେ ଶ୍ବେତା ଖୁବ୍ ସଫଳ। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ସେତେଟା ଅନ୍ୟକୁ ପ୍ରଭାବିତ କରି ପାରିନାହିଁ। ତାଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ବିବାଦରେ ରହୁଥିବାର ଦେଖିବାକୁ ମିଳିଛି। ଶ୍ବେତା ୨ ଥର ବିବାହ କରିଛନ୍ତି। ମାତ୍ର ୨ ଥର ଯାକ ତାଙ୍କ ବୈବାହିକ ଜୀବନ ଠିକ୍‌ ଭାବେ ଚାଲିପାରିଲା ନାହିଁ। ଦୁଇ ଦୁଇ ଥର ବିବାହ କରି ବି ଶ୍ବେତା ସାଂସାରିକ ଜୀବନରେ ବିଫଳ ପ୍ରମାଣିତ କରିଛନ୍ତି ନିଜକୁ।

ଏହି କ‌ାରଣରୁ ଶ୍ବେତା ବିବାହରେ ବିଶ୍ବାସ କରନ୍ତି ନାହିଁ। ସେ ନିକଟରେ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ମୁଁ ବିବାହରେ ବିଶ୍ବାସ କରେ ନାହିଁ। ମୁଁ ମୋ ଝିଅ ପଲକକୁ ବି ବିବାହ ନକରିବାକୁ ପରାମର୍ଶ ଦେଉଛି। ଜୀବନ ତା’ର। ମୁଁ ତାକୁ ବାଧ୍ୟ କରିପ‌ାରିବି ନାହିଁ କୌଣସି ବି କଥାରେ। ମାତ୍ର ମୁଁ ତାକୁ ପରାମର୍ଶ ଦିଏ କି ଏହି ମାମଲାରେ ସେ ଟିକେ ଭଲ କରି ଚିନ୍ତା କରୁ ବୋଲି। ଯଦି ଆପଣ କାହା ସହ କୌଣସି ସଂପର୍କରେ ଅଛନ୍ତି ତ ଜରୁରୀ ନୁହେଁ କି ଆପଣ ବିବାହ ହିଁ କରିବେ। ବିନା ବିବାହରେ ବି ଆପଣ ନିଜର ‌ସଂପର୍କକୁ ବଞ୍ଚାଇ ରଖିପାରିବେ।’ ଶ୍ବେତ‌ା ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ମଧ୍ୟ କହିଛନ୍ତି ଯେ ସବୁ ବିବାହର ପରିଣାମ ଖରାପ ହୋଇନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe