ବାପା ଅମିତାଭଙ୍କ ସହ ଅଭିନୟ ଡେବ୍ୟୁ କଲେ ଶ୍ୱେତା

Advertisment
ବାପା ଅମିତାଭଙ୍କ ସହ ଅଭିନୟ ଡେବ୍ୟୁ କଲେ ଶ୍ୱେତା

ମୁମ୍ବାଇ: ର‍୍ୟାମ୍ପରେ ପିତା ଅମିତାଭ ବଚ୍ଚନଙ୍କ ସହ ତାଙ୍କ ସୁପିତ୍ରୀ ଶ୍ୱେତା ବଚ୍ଚନ ନନ୍ଦା ଚାଲିବା ପରେ ଚର୍ଚ୍ଚା ହୋଇଥିଲେ। ବଚ୍ଚନ ପରିବାରର ଶ୍ୱେତା ହେଉଛନ୍ତି ଏକମାତ୍ର ଯିଏକି କେବେ ଅଭିନୟ କରୁଥିବାର ନଜର ଆସିନାହାନ୍ତି। ଶେଷରେ ଶ୍ୱେତା ତାଙ୍କ ପରିବାର ରେକର୍ଡକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଶ୍ୱେତା ଶେଷରେ ବଲିଉଡ୍‌ର ସେହେନ୍ସା ତଥା ନିଜ ପିତା ଅମିତାଭ ବଚ୍ଚନଙ୍କ ସହ ନିଜର ଡେବ୍ୟୁ କରିଛନ୍ତି।

ଜାଣିବାକୁ ମିଳିଛି ଯେ ଶ୍ୱେତା ବଚ୍ଚନ ନନ୍ଦ ନିଜ ବାପାଙ୍କ ସହ ଅଳଙ୍କାର କମ୍ପାନି କଲ୍ୟାଣ ଜୁଏଲର୍ସ ବିଜ୍ଞାପନରେ ନଜର ଆସିଛନ୍ତି। ଅତ୍ୟନ୍ତ ଭାବପ୍ରବଣତାର ସହିତ ବିଗ୍‌ ବି ଅମିତାଭ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଏହି ବିଜ୍ଞାପନର ଲିଙ୍କ୍‌ ସେୟାର୍‌ କରିଛନ୍ତି। ବିଗ୍‌ ବି ଲେଖିଛନ୍ତି, ‘ଯେତେ ଥର ଏହି ଭିଡିଓକୁ ମୁଁ ଦେଖୁଛି ମୋ ଆଖିରେ ଲୁହ ପଳେଇ ଆସୁଛି। ଝିଅମାନେ ସବୁବେଳେ ବେଷ୍ଟ୍‍ ହୋଇଥାନ୍ତି।’

ଶ୍ୱେତା ବି ଏହି ଭିଡିଓଟିକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି କି ‘ଆମ ଭଲପାଇବାର ଏହା ହେଉଛି ସାମାନ୍ୟତମ ପରିଶ୍ରମ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe