Asianet Newsable
ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ବେତା ତିଵାରି ଏବେ ପୁଣି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ନିଜ ବ୍ୟକ୍ତିଗତ ଜୀବନର ବିବାଦ ଓ ଶରୀର ସନ୍ତୁଳନ ପାଇଁ ହେଲ୍ଥି ଵାର୍କ ଆଉଟ୍ କୋର୍ସକୁ ନେଇ ଚର୍ଚ୍ଚାରେ ଥିବା ଶ୍ବେତା ଏବେ ନିଜର ଏକ ସେଲ୍ଫିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଜିମ୍ରେ ବ୍ୟାୟାମ କରି ଆସିବା ପରେ ନିଜ ଆବ୍ସ ଉପରେ ସେ କରୁଥିବା ଅଭ୍ୟାସର ଦୃଶ୍ୟକୁ ସେ ବାଥରୁମ୍ ଆଇନାରେ ସେଲ୍ଫି ନେଇଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ସେ ଜିମ୍ରେ ବ୍ୟାୟାମ କରି ୧୦ କେଜିରୁ ଅଧିକ ଓଜନ କମାଇଥିବା କହିଛନ୍ତି। ଏହା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି। ତେବେ ଏଥି ପାଇଁ ସେ ନିଜ ଜିମ୍ର ଟିମ୍ ଵାର୍କକୁ ସବୁ ଶ୍ରେୟ ଦେଇଛନ୍ତି।
Follow Us