୨୦୨୨ରେ ଏହି ଦୁଇ ନାୟକଙ୍କ ସହ ପରଦାକୁ ଆସିବେ ଶିବାନୀ

Advertisment
୨୦୨୨ରେ ଏହି ଦୁଇ ନାୟକଙ୍କ ସହ ପରଦାକୁ ଆସିବେ ଶିବାନୀ

ଭୁବନେଶ୍ବର: ଶିଶୁ କଳାକାରରୁ ନାୟିକା ବନିଥିବା ଶିବାନୀଙ୍କର ୨୦୨୨ରେ ଅତିକମରେ ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ଶିବାନୀଙ୍କର ଦୁଇଟି ନୂଆ ସିନେମା ଏବର୍ଷ ରିଲିଜ୍ ହେଉଥିବା ଜଣାଯାଇଛି। ଏଦୁଇଟି ସିନେମା ହେଲା ‘ବିଦ୍ୟାରାଣ’ ଏବଂ ‘ଦିଲ୍ ମୋର ମାନେନା’। ଏଥିମଧ୍ୟରୁ ପ୍ରଥମଟିର ନିର୍ଦ୍ଦେଶକ ହେଲେ ଜ୍ୟୋତି ଦାସ ଓ ବୈଦ୍ୟନାଥ ଦାଶ ସଙ୍ଗୀତକାର।

publive-image

ଏଣେ ହିମାଂଶୁ ପରିଜା ଦ୍ୱିତୀୟଟିର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।‘ବିଦ୍ୟାରାଣ’ରେ ଶିବାନୀ ବାବୁସାନଙ୍କ ସହ ଏବଂ ‘ଦିଲ୍ ମୋର ମାନେନା’ରେ ସ୍ୱରାଜଙ୍କ ବିପକ୍ଷରେ ଅଛନ୍ତି। ଉଭୟ ସିନେମାର ଘୋଷଣା ହେବା ଦିନରୁ ଚର୍ଚ୍ଚାରେ ରହିଛି। ଏହି ଦୁଇଟି ଛବି ଗତବର୍ଷ ରିଲିଜ ହେବାର ଥିଲା, ମତ୍ର କରୋନା କଟକଣା ହେତୁ ସେଗୁଡ଼ିକ ପୂର୍ବନିର୍ଦ୍ଧାରିତ ସମୟରେ ମୁକ୍ତିଲାଭ କରି ନଥିଲା। ଏବର୍ଷକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି।

publive-image
ସୂଚନାଯୋଗ୍ୟ, ଶିବାନୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା‘ସିଷ୍ଟର ଶ୍ରୀଦେବୀ’। ଏହା ୨୦୧୭ରେ ମୁକ୍ତିଲାଭ କରିଥିଲା। ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ଶିବାନୀ। ଅଶୋକ ପତି ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଶିବାନୀ ଅନୁଭବଙ୍କ ବିପକ୍ଷରେ ‘ପ୍ରେମ କୁମାର’ରେ ଦେଖାଦେଇଥିଲେ। ଏହାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ। ଶିବାନୀଙ୍କର ଅନ୍ୟ ଏକ ସିନେମା ହେଲା ରିଲିଜ୍ ହୋଇଥିଲା। ଏହାର ଟାଇଟଲ ହେଲା‘ବାବୁ ଭାଇଜାନ୍’।ଏଥିରେ ପ୍ରଥମ ଥର ପାଇଁ ଦର୍ଶକ ଅରିନ୍ଦମ୍-ଶିବାନୀଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ। ଏହାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ। ‘ବାବୁ ଭାଇଜାନ୍’ ୨୦୨୦ରେ ମୁକ୍ତିଲାଭ କରିଥିଲା। ୨୦୨୧ରେ ଶିବାନୀଙ୍କ କୌଣସି ଓଡ଼ିଆ ଛବି ରିଲିଜ୍ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe