ଏହି ଓଡ଼ିଆ ନାୟିକା ଅନୁଭବଙ୍କ ସହ ସୁଯୋଗ ପାଇଥିଲେ, ହେଲେ ପରଦା ଉପରକୁ ଆସିପାରି ନ ଥିଲା ଯୋଡ଼ି

Advertisment

ବିଶେଷ: ଶିବଶଙ୍କର ଓଝା

ବିଶେଷ: ଶିବଶଙ୍କର ଓଝା

ଏହି ଓଡ଼ିଆ ନାୟିକା ଅନୁଭବଙ୍କ ସହ ସୁଯୋଗ ପାଇଥିଲେ, ହେଲେ ପରଦା ଉପରକୁ ଆସିପାରି ନ ଥିଲା ଯୋଡ଼ି

ଭୁବନେଶ୍ୱର: କେତେଜଣ ଅଣଓଡ଼ିଆ ନିର୍ଦେଶକ ଓଡ଼ିଆ ଫିଲ୍ମ ନିର୍ମାଣ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଚୁପଚାପ୍‌ ସୁଟିଂ ଆରମ୍ଭ କରିଦିଅନ୍ତି ତ ଆଉ କେତେକ ବିଧିବଦ୍ଧ ଭାବେ ଶୁଭ ମହୁରତ୍‌ କରି ଫିଲ୍ମକୁ ଫ୍ଲୋରକୁ ନେଇଥାଆନ୍ତି । ହେଲେ ଏମିତି କିଛି ଅଣଓଡ଼ିଆା ନିର୍ଦେଶକ ଅଛନ୍ତି, ଯେଉଁମାନେ ଚୁପଚାପ ଫିଲ୍ମ ତିଆରି କରନ୍ତି। କେତେକଙ୍କର ସିନେମା ଅଧାରେ ଅଟକି ବି ଯାଇଛି। ଅର୍ଥାତ୍ ତାହା ମୁକ୍ତିଲାଭ କରିପାରି ନାହିଁ।

୨୦୦୬ରେ ଅଜୟ ଗୁପ୍ତା ନାମକ ଜଣେ ଅଣଓଡ଼ିଆ ନିର୍ଦେଶକ ଏକ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ମହୁରତ୍‌ ନ କରି ହଠାତ୍‌ ସୁଟିଂ ଆରମ୍ଭ କରିଥିଲେ । ଏପରିକି ଫିଲ୍ମର ଟାଇଟଲ୍‌ ମଧ୍ୟ ଘୋଷିତ ହୋଇ ନ ଥିଲା । ତେବେ ସବୁଠୁଁ ବଡ଼ କଥା ଥିଲା ଯେ ଏଥିରେ ଓଲିଉଡର ଦୁଇ ଟପ୍‌ ହିରୋ ସିଦ୍ଧାନ୍ତ ଓ ଅନୁଭବଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା ।publive-image

ଏଥିରେ ନବାଗତା ଉପାସନା ମହାନ୍ତିଙ୍କୁ ନାୟିକା ଭୂମିକାରେ ନିଆଯାଇଥିଲା । ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଉପାସନା। ଏହି ଫିଲ୍ମର ସୁଟିଂ ବି ଆରମ୍ଭ ହୋଇଥିଲା । ଏହି ସିନେମାରେ ଉପାସନା ଅନୁଭବଙ୍କ ସହ କେତେକ ସିନ୍‌ ବି ସୁଟ୍‌ କରିଥିଲେ। କଟକର ବାଲିଯାତ୍ରା ପଡ଼ିଆରେ ଏହାର ସୁଟିଂ ଲଗାତର ପ୍ରାୟ ସାତ ଦିନ ଧରି ଚାଲିଥିଲା । ଏଥିପାଇଁ ସିଦ୍ଧାନ୍ତ ମଧ୍ୟ ସୁଟିଂ କରିଥିଲେ । ଫିଲ୍ମର କିଛି ଆକ୍ସନ୍‌ ସିନ୍‌ ସୁଟ୍‌ କରାଯାଇଥିଲା । ସେତେବେଳେ ଏଥିପାଇଁ ଏକ ହେଲିକେପ୍ଟର ମଧ୍ୟ ଅଣାଯାଇଥିଲା ।
ସାତ ଦିନର ସୁଟିଂ ହେବା ପରେ ହଠାତ୍ ଏହି ସିନେମାର କାମ ବନ୍ଦ ହୋଇ ଯାଇଥିଲା । ତା’ପରେଏହି ସିନେମାର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ କେବେ ବି ହୋଇ ନ ଥିଲା । ଫଳତଃ ସିଦ୍ଧାନ୍ତ, ଉପାସନା ଓ ଅନୁଭବଙ୍କ ଅଭିନୀତ ଏହି ଓଡ଼ିଆ ସିନେମା ଅଧାରେ ଅଟକି ଥିବା ତାଲିକାଭୁକ୍ତ ହୋଇଗଲା ।

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦାୟିତ୍ବରେ ମଧ୍ୟ ଥିଲେ ଜଣେ ଅଣଓଡ଼ିଆ ସଙ୍ଗୀତକାର। ଏହା ପୂର୍ବରୁ ସିଦ୍ଧାନ୍ତ ଓ ଅନୁଭବଙ୍କୁ ଦର୍ଶକ ଏକାଠି କେବଳ ଗୋଟିଏ ସିନେମା ‘ଟୋପାଏ ସିନ୍ଦୁର ଦି’ ଟୋପା ଲୁହ’ରେ ଏକାଠି ଦେଖିବାକୁ ପାଇଥିଲେ । ଯଦି ଏହି ନାମକରଣ ହୋଇ ନ ଥିବା ଫିଲ୍ମଟି ଯଥା ସମୟରେ ରିଲିଜ୍‌ ହୋଇଥା’ନ୍ତା, ତେବେ ଏହା ହୋଇଥାଆନ୍ତା ଏହି ଯୋଡ଼ିର ଦ୍ୱିତୀୟ ଓଡ଼ିଆ ସିନେମା । ଅବଶ୍ୟ ପରେ ଏଦୁଇ କଳାକାର ‘ଡନ୍’ ଓ ‘ମତେ ତ ଲଭ୍ ହେଲାରେ’ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଏକାଠି ଆସିଛନ୍ତି।

publive-image
ଆଉ ଏକ ବଡ଼ କଥା ଯେ ଏହି ସିନେମାର ନାୟିକା ଉପାସନାଙ୍କୁ ଦର୍ଶକ ବେଶ କିଛି ବର୍ଷର ବ୍ୟବଧାନରେ ‘ଅପନା ହାଥ୍ ଜଗନ୍ନାଥ’ରେ ଦେଖିବାକୁ ପାଇଥିଲେ। ଏଥିରେ ଉପାସନାଙ୍କ ନାୟକ ଭୂମିକାରେ କିନ୍ତୁ ନ ଥିଲେ ଅନୁଭବ। ଏଥିରେ ରୁଦ୍ରଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe