ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ ‘ଶଙ୍କର’

Advertisment
ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ ‘ଶଙ୍କର’

ଭୁବନେଶ୍ବର: ଓଡ଼ିଆ ସିନେଜଗତରେ ପ୍ରାୟ ତିନି ଦଶନ୍ଧି ଧରି ରାଜ୍ କରି ଆସୁଥିବା ଅଭିନେତା ସିଦ୍ଧାନ୍ତଙ୍କୁ ଦର୍ଶକ ଏକ ନୂଆ ରୂପରେ ଦେଖିବାକୁ ପାଇବେ। ଖୁବ୍ ଶୀଘ୍ର ଦର୍ଶକ ଯେଉଁ ନୂଆ ସିନେମାରେ ତାଙ୍କୁ ଦେଖିବାକୁ ପାଇବେ, ତାର ଟାଇଟଲ୍ ହେଲା ‘ଶଙ୍କର’। ଏହି ସିନେମାରେ ସେ ପରିବାରର ବଡ଼ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର କଥାବସ୍ତୁ ଅନୁଯାୟୀ ସାବତ ପୁଅ ପରିବାରକୁ ବିପଦରୁ ରକ୍ଷା କରେ। ଆଉ ଏହି ସାବତ ପୁଅ ଶଙ୍କର ଭୂମିକା ନିଭାଇଛନ୍ତି ସିଦ୍ଧାନ୍ତ।  ଏଥିରେ ତାଙ୍କ ବିପକ୍ଷରେ ନାୟିକା ବନିଛନ୍ତି ସୁପ୍ରିୟା।

publive-image
ଏହାଛଡ଼ା ଓଲିଉଡର ନବାଗତ ନାୟକ ଦେବାନନ୍ଦ ଓ ଚୁଲୁବୁଲି ନାୟିକା ଦିବ୍ୟାଦିଶା ବି ଅଛନ୍ତି ଲିଡ୍ ରୋଲରେ। ଅନ୍ୟମାନଙ୍କ ମଧ୍ୟରେ ଏହି ଓଡ଼ିଆ ଛବିରେ ସଦାଶିବ ନାୟକ, କୁନା ତ୍ରିପାଠୀ, କେ କେ, ଦୀପ୍ତିରେଖା ପଣ୍ଡା, କାଳୀ, ସୁଶାନ୍ତ, ବିଜୁ ବଡ଼ଜେନା, ଡାକ୍ତର ଅନନ୍ତ ଆଚାର୍ଯ୍ୟ, ନୁପୁର ଘୋଷ ଓ ମିତା ଚକ୍ରବର୍ତ୍ତୀ ପ୍ରମୁଖଙ୍କୁ  ବି ଦେଖିବାକୁ ମିଳିବ।

ଏସଡି ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦେଶକ ହେଲେ ଏନ୍ ପାଢ଼ୀ, ଯିଏ କି ଆଗରୁ ଏ ମନ ମାନେନା, ଆରେ ସାଥୀ ଆ, ମୁନ୍ନା-ଏ ଲଭଷ୍ଟୋରି ଓ ମନେ ମନେ ମନ ଖୋଜୁଥିଲା ଆଦି ସିନେମାର ନିର୍ଦେଶନା ଦେଇଛନ୍ତି। ସେ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ବି ରଚନା କରିଛନ୍ତି। ଏହାର ସଂଳାପକାର ହେଲେ ମନୋରଂଜନ ଦାସ ଓ ସଙ୍ଗୀତକାର ବୈଦ୍ୟନାଥ ଦାଶ। ଅରବିନ୍ଦ ସାହୁ ‘ଶଙ୍କର’ର ପ୍ରଯୋଜକ। ଅଜିତ ଦାସ ଏହାର ସିନେମାଟୋଗ୍ରାଫର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe