ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ

Advertisment
ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ

ଭୁବନେଶ୍ବର: ଓଲିଉଡର ମେଗାଷ୍ଟାର୍ ସିଦ୍ଧାନ୍ତ ବିଭିନ୍ନ ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। ତାଙ୍କୁ ଦର୍ଶକ ନାୟକ ଓ ଖଳନାୟକ ଉଭୟ ଭୂମିକାରେ ପସନ୍ଦ କରିଛନ୍ତି। ସେ ଏବେ ପୁଣି ଏକ ଓଡ଼ିଆ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାର ଟାଇଟଲ୍ ହେଲା ‘ମାଲ୍ୟଗିରି କାହାଣୀର ଆରମ୍ଭ’। ଆଗରୁ ସିଦ୍ଧାନ୍ତ ମତେ ତ ଲଭ୍ ହେଲାରେ, ଡନ୍, ପର୍ଶୁରାମ, ଆଲୋ ମୋର କଣ୍ଢେଇ, କିଏ ଦବ ଟକ୍କର ସମେତ ବେଶ କେତୋଟି ଓଡ଼ିଆ ସିନେମାରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ‘ମାଲ୍ୟଗିରି କାହାଣୀର ଆରମ୍ଭ’ରେ ପ୍ରଥମ ଥର ଲାଗି ଦୁଇ ଷ୍ଟାର୍ ସନ୍ ବାବୁସାନ୍ ଓ ଅମ୍ଳାନ ଏକାଠି ନଜର ଆସିବେ।

ଏଥିରେ ବାବୁସାନ୍-ଶିବାନୀ ଯୋଡ଼ିକୁ ପୁଣି ଏକାଠି ନଜର ଆସିବେ। ଏହି ନୂଆ ପ୍ରୋଜେକ୍ଟ ପାଇଁ ଉଭୟେ କିଛି ଦିନ ତଳେ ପଣ୍ଡିଚେରୀ ଯାଇଥିଲେ। ସେଠାରେ ବାବୁସାନ୍ ଓ ଶିବାନୀ ଦୁଇଟି ଗୀତର ସୁଟିଂ କରିଥିଲେ। ତେଣେ ପ୍ରଥମ ଥର ପାଇଁ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିବେ ସୂର୍ଯ୍ୟମୟୀ।

publive-image

ରେନଡ୍ରପ୍ ପିକଚର୍ସ ଓ ଗିରିଜାଶଙ୍କର ଫିଲ୍ମସ ବ୍ୟାନରରେ ନିର୍ମିତ ‘ମାଲ୍ୟଗିରି କାହାଣୀର ଆରମ୍ଭ’ର ପ୍ରଯୋଜନା କରୁଛନ୍ତି ରିଙ୍କୁ ରୁନ୍ ଜେନା ଓ ଗିରିଜା ଶଙ୍କର। ଏହାର ନିର୍ଦେଶକ ହେଲେ ଡାଲଚିନି ଓ ଫାଲଗୁନ ଚଇତ୍ରେ ଭଳି ସିନେମା ଫେମ୍ ଶିଶିର କୁମାର ସାହୁ ଓ ପିନାକୀ ସିଂହ। ଏହାର ସଙ୍ଗୀତକାର ହେଲେ ଦମନ୍ ଫେମ୍ ଗୌରବ ଆନନ୍ଦ। ଅମିତ କୁମାର ଦାସ ସିନେମାର କାହାଣୀକାର। ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫର୍। ଏହି ସିନେମା ୨୦୨୩ର ଅନ୍ୟତମ ବହୁପ୍ରତୀକ୍ଷିତ ଓଡ଼ିଆ ଛବିର ମାନ୍ୟତା ପାଇଥିବା ବେଳେ ଦର୍ଶକ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe