କାହିଁକି ମଦ-ପାନ ମସଲାର ବିଜ୍ଞାପନ କରୁନାହାନ୍ତି ସାଉଥ ଷ୍ଟାର?

Advertisment
କାହିଁକି ମଦ-ପାନ ମସଲାର ବିଜ୍ଞାପନ କରୁନାହାନ୍ତି ସାଉଥ ଷ୍ଟାର?

ନୂଆଦିଲ୍ଲୀ: କିଛି ବର୍ଷ ତଳେ ପାନ ମସଲା ବିଜ୍ଞାପନକୁ ନେଇ ବିବାଦ ଦେଖା ଦେଇଥିଲା। ବଲିଉଡ ଷ୍ଟାରମାନେ ପାନ ମସଲାର ବିଜ୍ଞାପନ କରୁଥିବାରୁ ସେମାନଙ୍କୁ ଟ୍ରୋଲ କରାଯାଇଥିଲା। ସେ ସମୟରେ ଶୁଣିବାକୁ ମିଳିଥିଲା ଯେ, ସାଉଥ୍ ସୁପରଷ୍ଟାରଙ୍କୁ ପାନ ମସଲାର ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଅଫର କରାଯାଉଥିଲେ ବି ସେମାନେ ଏହାକୁ ଗ୍ରହଣ କରୁନାହାନ୍ତି। ଯଦି ଆମେ ନିକଟ ଅତୀତକୁ ଦେଖିବା ତେବେ ମଦ-ପାନ ମସଲା ଭଳି ବିଜ୍ଞାପନରେ କୌଣସି ସାଉଥ୍ ଷ୍ଟାର ନଜର ଆସିନାହାନ୍ତି। ଏବେ ଏହାର କାରଣ ଜଣାଇଛନ୍ତି ରିଲିଜ୍ ହେବାକୁ ଥିବା ଫିଲ୍ମ ହିନ୍ଦୁସ୍ତାନୀ-୨ ଅଭିନେତା ସିଦ୍ଧାର୍ଥ।

ସେ କହିଛନ୍ତି ଯେ, ବହୁତ ବର୍ଷ ତଳେ ରଜନୀକାନ୍ତ ସାର୍ ଓ କମଲ ହସନ ସାର୍ ବଡ଼ ନିଷ୍ପତ୍ତି ନେଇଥିଲେ, ଯାହାକୁ ସେ ଏବେ ପର୍ଯ୍ୟନ୍ତ ଅନୁସରଣ କରିଆସୁଛନ୍ତି। ଯାହା ହୋଇଗଲେ ବି ସେମାନେ ଏପର୍ଯ୍ୟନ୍ତ କୌଣସି ମଦ, ଧୂମପାନ ବା ପାନମସଲା ବ୍ରାଣ୍ଡର ବିଜ୍ଞାପନ କରିନାହାନ୍ତି। ଯଦି ସେ ପୂର୍ବରୁ ଏହା କରିଥାନ୍ତେ, ତାହେ‌ଲେ ଆମେମାନେ ମଧ୍ୟ ତାଙ୍କୁ ଅନୁସରଣ କରି ଏଭଳି ବ୍ରାଣ୍ଡର ବିଜ୍ଞାପନ କରିଥାନ୍ତୁ। ଏଭଳି କରି ସେମାନେ ଏକ ଉଦାହରଣ ସୃଷ୍ଟି କରିଥିଲେ। ଆମ ଇଣ୍ଡଷ୍ଟ୍ରିରେ ଏହିପରି ଦୁଇଟି କିମ୍ବଦନ୍ତୀ ପାଇ ଆମେ ଅତ୍ୟଧିକ ଗର୍ବିତ। କାରଣ ସେମାନେ ଆମକୁ ସଠିକ୍ ବାଟ ଦେଖାଇଥିଲେ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe