photo-bollywoodcat,com
ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଓ ହ୍ୟାଣ୍ଡସମ୍ ସିଦ୍ଧାର୍ଥ ମାଲହୋତ୍ରା ଯୋଡିଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଭେଟିବେ ପୁରୁଣା ହିନ୍ଦୀ ଫିଲ୍ମ ‘ଇତେଫାକ୍’ର ରିମେକ୍ରେ । ୧୯୬୯ରେ ରିଲିଜ୍ ହୋଇଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ହିନ୍ଦୀ ଫିଲ୍ମ ‘ ଇତେଫାକ୍’ରେ ରାଜେଶ ଖାନ୍ନା, ନନ୍ଦା,ବିନ୍ଦୁ,ମଦନପୁରୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଲିଲ ଚୌଧୁରୀ। ଏହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।
photo- youtube୨୦୧୧ ର ସୁପରହିଟ୍ ଫିଲ୍ମ ‘ଦ ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିବା ଏହି ଟ୍ୟାଲେଣ୍ଟେଡ୍ ଆକ୍ଟର୍ ସିଦ୍ଧାର୍ଥ ମାଲ୍ହୋତ୍ରା ପୂର୍ବରୁ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍ ଙ୍କ ପରି ନାୟିକା ଙ୍କ ସହିତ ଯୋଡ଼ି ବନାଇଛନ୍ତି । I ଠିକ୍ ସେହିପରି ସୋନାକ୍ଷୀ ଙ୍କ ସହିତ ତାଙ୍କ ଯୋଡ଼ି ଜମିଯିବ ବୋଲି ଆଶା ରଖିଛନ୍ତି ସିଦ୍ଧାର୍ଥ । ଏହା ମଧ୍ୟ ତାଙ୍କର ସୋନାକ୍ଷୀଙ୍କ ସହ ପ୍ରଥମ ସିନେମା ହେବ।ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଖ୍ୟାତ ନର୍ମାତା-ନିର୍ଦ୍ଦେଶକ ବି ଆର୍ ଚୋପ୍ରାଙ୍କ ନାତି ଅଭୟ ଚୋପ୍ରା। ପୁରୁଣା ହିନ୍ଦୀ ଫିଲ୍ମ ‘ଇତେଫାକ୍’ର ନିର୍ମାତା ଥିଲେ ବି ଆର୍ ଚୋପ୍ରା । ତେବେ ପୁରୁଣା ସିନେମାର କ୍ଲାଇମାକ୍ସଠୁ ଏହାର କ୍ଲାଇମାକ୍ସ ଭିନ୍ନ ହେବ ବୋଲି ଜଣାଯାଇଛି।
ସିଦ୍ଧାର୍ଥ ମାଲହୋତ୍ରାଙ୍କ ପୂର୍ବରୁ ଜେଣ୍ଟଲମ୍ୟାନ୍ ସୁପରଫ୍ଲପ୍ ହେବାଫଳରେ ସେ ନିଜର କ୍ୟାରିଅରକୁ ନେଇ ଚିନ୍ତାରେ ଅଛନ୍ତି। ଠିକ୍ ସେହିପରି ସୋନାକ୍ଷୀ ସିହ୍ନା ମଧ୍ୟ ତାଙ୍କ ପୂର୍ବ ସିନେମା ‘ନୁର୍’ର ଅସଫଳତା ଏବଂ ତାଙ୍କୁ ଆଗଭଳି ଭଲ ଫିଲ୍ମର ଅଫର୍ ମିଳୁନଥିବା ହେତୁ ମଧ୍ୟ ଚିନ୍ତିତ ଅଛନ୍ତି। ଏବେ ଦେଖିବା କଥା ଏ ଦୁଇ ନାମୀ କଳାକାରଙ୍କର ଚିନ୍ତା ଦୂର କରିବାରେ ହିନ୍ଦୀ ଫିଲ୍ମ ‘ଇତେଫାକ୍’ସକ୍ଷମ ହେଉଛି କି ନା !
ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଇତିମଧ୍ୟରେ ସଲମାନ୍ ଖାନ୍ , ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ପରି ବୟସ୍କ ଅଭିନେତାଙ୍କ ନାୟିକା ବନି ସାରିଛନ୍ତି । ଠିକ୍ ସେହିପରି ଶାହିଦ୍ କପୁର୍, ଅର୍ଜୁନ କପୁର ଏବଂ ରଣବୀର୍ ସିଂଙ୍କ ପରି ୟଙ୍ଗ ହିରୋଙ୍କ ସହିତ ବି କାମ କରିଛନ୍ତି ସେ । ହେଲେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ପ୍ରଥମ ଥର ଲାଗି ଅନ୍ସ୍କ୍ରିନ୍ ରୋମାନ୍ସ କରିଛନ୍ତି ସୋନାକ୍ଷୀ ସିହ୍ନା।
photo-redchillies entertainmentସିଦ୍ଧାର୍ଥ ମାଲହୋତ୍ରାଙ୍କ ପୂର୍ବରୁ ଜେଣ୍ଟଲମ୍ୟାନ୍ ସୁପରଫ୍ଲପ୍ ହେବାଫଳରେ ସେ ନିଜର କ୍ୟାରିଅରକୁ ନେଇ ଚିନ୍ତାରେ ଅଛନ୍ତି। ଠିକ୍ ସେହିପରି ସୋନାକ୍ଷୀ ସିହ୍ନା ମଧ୍ୟ ତାଙ୍କ ପୂର୍ବ ସିନେମା‘ନୁର୍’ର ଅସଫଳତା ଏବଂ ତାଙ୍କୁ ଆଗଭଳି ଭଲ ଫିଲ୍ମର ଅଫର୍ ମିଳୁନଥିବା ହେତୁ ମଧ୍ୟ ଚିନ୍ତିତ ଅଛନ୍ତି। ଏବେ ଦେଖିବା କଥା ଏ ଦୁଇ ନାମୀ କଳାକାରଙ୍କର ଚିନ୍ତା ଦୂର କରିବାରେ ହିନ୍ଦୀ ଫିଲ୍ମ ‘ଇତେଫାକ୍’ସକ୍ଷମ ହେଉଛି କି ନା !
Follow Us