ଭିଡ଼ର ଅର୍ଥ ଗୁଣବତ୍ତା ନୁହେଁ; ଅଲ୍ଲୁଙ୍କ ସଫଳତାକୁ ଦେଖି ଏ କ’ଣ କହିଲେ ସିଦ୍ଧାର୍ଥ !

ଭିଡ଼ର ଅର୍ଥ ଗୁଣବତ୍ତା ନୁହେଁ। ପୁଷ୍ପା-୨ର ସଫଳତା ପରେ ଏଭଳି ପ୍ରତିକ୍ରିୟା ଦେଇ ବିବାଦୀୟ ହେଲେ ଅଭିନେତା ସିଦ୍ଧାର୍ଥ। ଭାରତରେ ଜେସିବି ମାଟି ଖୋଳିଲେ ବି ଲୋକେ ଦେଖିବାକୁ ଯାଆନ୍ତି ବୋଲି କହିଲେ।

tsidharth

ନୂଆଦିଲ୍ଲୀ: ଏବେ ଚାରିଆଡେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଚର୍ଚ୍ଚା। ପୁଷ୍ପା-୨ ରିଲିଜ ହେବା ପରେ ପରେ ଅଭିନେତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଥିବା ବେଳେ ଦେଶ ସହ ବିଦେଶରେ ବି ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ଅଭିନେତା ଯେଉଁଠାକୁ ଯାଉଛନ୍ତି ସେଠାରେ ଲୋକଙ୍କ ଭିଡ଼ ଜମୁଛି। ନିକଟରେ ଅଲ୍ଲୁ ଅର୍ଜୁନ ବିହାର ଯାଇଥିବା ବେଳେ ସେଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ‌ଏବେ ଅଭିନେତ‌ା ସିଦ୍ଧାର୍ଥ ଦେଇଥିବା ପ୍ରତିକ୍ରିୟା ଖୁବ ଭାଇରାଲ ହେଉଛି।

ସିଧାସଳଖ ଭାବେ ନହେଲେ ବି ଅଭିନେତା କଥା କଥାରେ ଅଲ୍ଲୁ ଅର୍ଜୁନଙ୍କୁ ସମାଲୋଚନା କରିିଥିବା ଜଣାଯାଇଛି। ଏକ ସାକ୍ଷାତକାରରେ ପାଟନାରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ଭିଡ଼ ଜମିବା ନେଇ ପ୍ରଶ୍ନ କରାଯିବାରୁ ସିଦ୍ଧାର୍ଥ କହିଥିଲେ, “ଏସବୁ ମାର୍କେଟିଂ। ଆମ ଦେଶରେ ମାଟି ଖୋଳୁଥିବା ଜେସିବି ମଧ୍ୟ ଶହ ଶହ ଲୋକଙ୍କୁ ଆକର୍ଷିତ କରେ। ତେଣୁ, ବିହାରରେ ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଲୋକେ ଏକାଠି ହେବା କିଛି ଅସାଧାରଣ କଥା ନୁହେଁ | ଯଦି ସେମାନେ କାର୍ଯ୍ୟକ୍ରମର ଆୟୋଜନ କରିବେ, ତେବେ ଜନସମାଗମ ହେବ। ଭାରତରେ ଭିଡ଼ର ଅର୍ଥ ଗୁଣବତ୍ତ‌ା ନୁହେଁ। ଯଦି ଭାରତରେ ଭିଡ଼ର ଅର୍ଥ ଗୁଣବତ୍ତ‌ା ହୋଇଥାନ୍ତ‌ା ତେବେ ସମସ୍ତ ରାଜନୈତିକ ଦଳ ଜିତିଥାନ୍ତେ। ରାଜନୈତିକୁ ସଭାକୁ ଲୋକେ କେବଳ ବିରିୟାନି ପ୍ୟାକେଟ ଏବଂ ପାଣି ବୋତଲ ପାଇଁ ଆସନ୍ତି।

ସିଦ୍ଧାର୍ଥଙ୍କ ଏଭଳି ବୟାନ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ। ଏଥିପାଇଁ ସିଦ୍ଧାର୍ଥ ଟ୍ରୋଲିଂର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe