ବିକ୍ରମ ଚରିତ୍ରରେ ସିଦ୍ଧାର୍ଥ

Advertisment
ବିକ୍ରମ ଚରିତ୍ରରେ ସିଦ୍ଧାର୍ଥ

Bollywood Society

‘ଶେରଶାହ’ ଚଳଚ୍ଚିତ୍ରର ଟ୍ରେଲର୍‌କୁ ଶେୟାର କରି ଏହା ତଳେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଲେଖିଛନ୍ତି, କ୍ୟାପ୍‌ଟେନ୍ ବିକ୍ରମ ବାତ୍ରା କାରଗିଲ୍ ଯୁଦ୍ଧରେ ଲଢ଼େଇ କରୁଥିବା ବେଳେ ମଧ୍ୟ ସେଠାକାର ସୂଚନା ଦେଉଥିଲେ। ଯୁଦ୍ଧକ୍ଷେତ୍ରରେ ତାଙ୍କ ପ୍ରାଣହାନି ହେଇଥିଲା। ସିଦ୍ଧାର୍ଥ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ସୌଭାଗ୍ୟ ଯେ ସେ ସହିଦ ବିକ୍ରମ ବାତ୍ରାଙ୍କ ଭୂମିକାରେ କେବଳ ଅଭିନୟ କରିଛନ୍ତି। ‘ଶେରଶାହ’ ବ୍ୟତୀତ ‌ଆଗକୁ ନୂଆ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ’ ଓ ‘ମିସନ୍ ମଞ୍ଜୁ’ ପରି ଚଳଚ୍ଚିତ୍ରରେ ମଧ୍ୟ ସେ ପ୍ରମୁଖ ଭୂମିକାରେ ସିଦ୍ଧାର୍ଥ ଦେଖିବାକୁ ମିଳିବେ।

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶେରଶାହ’ର ଟ୍ରେଲର୍ ରିଲିଜ୍ ହେଇଛି। ଚଳିତ ମାସ ୧୨ତାରିଖରେ ଏହା ମୁକ୍ତିଲାଭ କରିବ। କାରଗିଲ ହିରୋ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ସାହିସିକତାର କାହାଣୀ ଉପରେ ପର୍ଯ୍ୟବସିତ ହିନ୍ଦୀ ଚଳଚ୍ଚିତ୍ର ‘ଶେରଶାହ’। ୧୯୯୯ରେ କାରଗିଲ୍ ଯୁଦ୍ଧରେ ଶତ୍ରୁପକ୍ଷର ସୈନ୍ୟମାନଙ୍କ ସହ ଦୀର୍ଘ ସମୟ ଧରି ମୁହାଁମୁହିଁ ଲଢ଼େଇ କରିଥିବା ସେଠାକାର ସେନାନୀର କ୍ୟାପଟେନ୍ ଥିବା ବିକ୍ରମ ବାତ୍ରା ଶେଷରେ ଯୁଦ୍ଧଭୂଇଁରେ ସହିଦ ହୋଇଥିଲେ। ତାଙ୍କ ପରାକ୍ରମ ଓ ବଳିଦାନ ପାଇଁ ତାଙ୍କୁ ଏ ଦେଶର ମର୍ଯ୍ୟାଦାଜନକ ଆଜାଦି ପୁରସ୍କାର ‘ପରମବୀରଚକ୍ର’ ଉପାଧି ପ୍ରଦାନ କରାଯାଇଥିଲା। ବିକ୍ରମଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେଇଥିବା ସିଦ୍ଧାର୍ଥଙ୍କ ମୁହଁରେ ରହିଛି ବିକ୍ରମଙ୍କ ଶେରଶାହ ସଂଳାପ, ‘ଏ ଯୁଦ୍ଧରେ ମୁଁ ହୁଏତ ଦେଶକୁ ବିଜୟର ଟିକା ପିନ୍ଧାଇ କାରଗିଲ୍ ସୀମାରେ ଭାରତର ଜାତୀୟ ପତାକା ଉଡ଼ାଇ ଜୀବିତ ଅବସ୍ଥାରେ ଫେରି ଆସିପାରେ, ଅଥବା ସେଇଠି ଭୂଇଁ ଉପରେ ଟଳି ବଳିଦାନ ଦେଇଦେଇପାରେ। କିନ୍ତୁ ଏହା ନିଶ୍ଚିତ ଯେ କାରଗିଲ୍ ଛାଡ଼ିବା ଆଗରୁ ମୋର ସମସ୍ତ ପରାକ୍ରମକୁ ଶତ୍ରୁପକ୍ଷ ଉପରେ ପ୍ରୟୋଗ କରିବି।’ ‘ଶେରଶାହ’ରେ ସିଦ୍ଧାର୍ଥଙ୍କ ବିପକ୍ଷର ନାୟିକା ସାଜିଛନ୍ତି କିଆରା ଆଡଭାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe