କେଶବତୀ ଯୁବତୀଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି ଏହି ବଲିଉଡ ନାୟକ

କେଶବତୀ ଯୁବତୀଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି ଏହି ବଲିଉଡ ନାୟକ

photo-elleindia

ମୁମ୍ବାଇ:ନିକଟରେ ମୁକ୍ତିଲାଭ କରିଥିବା ସିନେମା ‘ଇତ୍ତେଫାକ୍‌’ରେ ଭଲ ଅଭିନୟ କରିଥିବା ନାୟକ ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ନିଜ ମନ କଥା ଖୋଲିକି କହିଛନ୍ତି। ଲିଭ୍‌ ଇନ୍‌ ରିଲେସନ୍‌ ଏବଂ ବିବାହର ଯୋଜନା ବିଷୟରେ ବି ସେ ମନ ଖୋଲା କଥା କହିଛନ୍ତି। ଯେତେବେଳେ ଜଣେ ମହିଳା ତାଙ୍କ ଆଡୁ ଆମନ୍ତ୍ରଣ ଜଣାନ୍ତି ସେତେବେଳେ ପ୍ରେମ ସଂପର୍କ ମଜଭୁତ ହୋଇଥାଏ ବୋଲି ସିଦ୍ଧାର୍ଥ ମାଲହୋତ୍ରାଙ୍କ ମତ। ତେବେ ସେ ଯେ କୌଣସି ଯୁବତୀଙ୍କ ପ୍ରତି ସହଜରେ ଆକର୍ଷିତ ହୁଅନ୍ତି ନାହିଁ ଏଭଳି ଭାବିବା ବି ଭୁଲ୍‌ ବୋଲି ସେ ସ୍ପଷ୍ଟଭାବେ କହିଛନ୍ତି। ତାଙ୍କ ଅନୁଯାୟୀ ଲମ୍ବା ଘନ କେଶବତୀ ଯୁବତୀଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି। ଲିଭ୍‌ ଇନ୍‌ ରିଲେସନ୍‌ ସଂପର୍କରେ ତାଙ୍କର ମତ ହେଲା ଯେ ଏହା ଜରିଆରେ ଅନ୍ତରଙ୍ଗ ସଂପର୍କ ସ୍ଥାପିତ ହୋଇପାରିବ। ବିବାହର ଯୋଜନା କ’ଣ ଅଛି ବୋଲି ସିଦ୍ଧାର୍ଥଙ୍କୁ ପଚରାଯିବାରୁ ସେ କହିଛନ୍ତି ‘ ଜୀବନରେ ବାହାଘର ଜରୁରୀ ନୁହେଁ। ହଁ ତେବେ ଯେଉଁ ସମୟରେ ମୁଁ ବାପା ହେବାକୁ ଇଚ୍ଛା କରିବି ସେହି ସମୟରେ ବିବାହା କରିବାର ନିଷ୍ପତ୍ତି ନେବି ।’

publive-image photo- navbharattimes

ଏଣେ ବଲିଉଡ଼୍‍ର ଲଭ ବାର୍ଡ଼ସ ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିୟା ମଟ୍ଟଙ୍କ ଆଫେଆରକୁ ନେଇ ଚର୍ଚ୍ଚା ପ୍ରାୟ ଚାରିବର୍ଷ ଧରି ଲାଗି ରହିଛି। ଏ ଦୁହେଁ କରଣ ଜୋହରଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦ ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦି ଇୟର୍‌’ସିନେମା ଜରିଆରେ ଡ଼େବ୍ୟୁ କରିଥିଲେ।ସିଦ୍ଧାର୍ଥ ଓ ଆଲିଆ ଖୁବ୍‌ ଅନ୍ତରଙ୍ଗ ମିଳାମିଶା କରିଥା’ନ୍ତି।ଏପରିକି ସେ ଦୁହେଁ ସାଙ୍ଗ ହୋଇ ବିଦେଶ ଭ୍ରମଣରେ ବି ଯାଇଛନ୍ତି। ସେଥିରୁ ଅନୁମାନ କରାଯାଉଥିଲା ଯେ ଏ ଦୁହିଁଙ୍କ ଭିତରେ ସଂପର୍କ ମଜ୍‌ଭୁତ।ହେଲେ ମଝିରେ ଚର୍ଚ୍ଚା ହେଲା ଯେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି। ବିଶେଷ କରି ‘ଏ ଜେଣ୍ଟାଲ୍‌ ମ୍ୟାନ୍‌’ଫିଲ୍ମର ସୁଟିଂ ସମୟରେ ସିଂହଳୀ ସୁନ୍ଦରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହିତ ସିଦ୍ଧାର୍ଥ ମାଲହୋତ୍ରାଙ୍କର ପ୍ରେମସଂପର୍କ ଗଢ଼ି ଉଠିଛି ବୋଲି ଚର୍ଚ୍ଚା ହେଲା।ଦୁହେଁ କେତେକ ସ୍ଥାନରେ ଏକାଠି ବି ଯିବା ଆସିବା କରିବାର ଦେଖିବାକୁ ମିଳିଥିଲା। କୁହାଗଲା ଯେ ସିଦ୍ଧାର୍ଥ ଆଲିଆଙ୍କୁ ଛାଡ଼ି ଜାକ୍‌ଲିନ୍‌ଙ୍କ ପାଇଁ ପୁରା ପାଗଳ!

ଏକଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଆଲିଆ ଭଟ୍ଟ।କିଛି ଦିନ ହେବ ଉଭୟଙ୍କ ଭିତରେ କଥାବାର୍ତ୍ତା ବି ନଥିଲା। ଏବେ ଶୁଣିବାକୁ ମିଳୁଛି ଯେ,କରଣ ଜୋହରଙ୍କ ପରାମର୍ଶରେ ସିଦ୍ଧାର୍ଥ ଓ ଆଲିଆ ସେମାନଙ୍କ ରୋମାନ୍‌ସକୁ ଆଉ ଏକ ସୁଯୋଗ ଦେବା ପାଇଁ ରାଜି ହୋଇଛନ୍ତି। କୁହାଯାଉଛି ଯେ ନିକଟରେ ଶାହରୁଖ୍‌ ଖାନ୍‌ଙ୍କ ବାର୍ଥ ଡ଼େ ସେଲିବ୍ରେସନ୍‌ ପାର୍ଟିରେ ଉଭୟ ସିଦ୍ଧାର୍ଥ ଓ ଆଲିଆ ଅଲଗା ଅଲଗା ହୋଇ ଆସିଥିଲେ। ସେ ଦୁହିଁଙ୍କର ସ୍ଥିତିକୁ ଦେଖି ଉଭୟଙ୍କର ମେଣ୍ଟର କରଣ ଜୋହର ଦୁହିଁଙ୍କୁ ଏକାଠି ନେଇ ଆଲୋଚନା କରିଥିଲେ।ଏଥିରେ ଆଲିଆ ବିଶେଷ ଉତ୍‌କ୍ଷିପ୍ତ ହୋଇଥିଲେ, କାରଣ ସିଦ୍ଧାର୍ଥଙ୍କ ଉପରୁ ତାଙ୍କର ଭରସା ତୁଟିଯାଇଛି ବୋଲି ସେ କହିଥିଲେ। ହେଲେ କରଣ ଜୋହର୍‌ ଆଲିଆଙ୍କୁ ବୁଝାଇ ସୁଝାଇ ରାଜି କରାଇଛନ୍ତି। ସେ ଦୁହେଁ ପୁଣି ପ୍ରେମ ସଂପର୍କରେ ରହି ନିଜ ଜୀବନକୁ ଉପଭୋଗ କରିବେ। ଯଦି ସିଦ୍ଧାର୍ଥ ମାଲହୋତ୍ରାଙ୍କର ମତକୁ ଦେଖାଯାଏ ତେବେ ସେ କ’ଣ ଆଲିଆଙ୍କୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଧରାଯିବ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe