ସିଦ୍ଧାନ୍ତ ଚତୁର୍ବେଦୀ ଓ ନବ୍ୟା ନନ୍ଦାଙ୍କ ଡେଟିଂ ଗୁଜବ

Advertisment
ସିଦ୍ଧାନ୍ତ ଚତୁର୍ବେଦୀ ଓ ନବ୍ୟା ନନ୍ଦାଙ୍କ ଡେଟିଂ ଗୁଜବ

Hindustan Times

ମୁମ୍ବାଇ: ଡେଟିଂ ଗୁଜବକୁ ନେଇ ସିଦ୍ଧାନ୍ତ ଚତୁର୍ବେଦୀ ଓ ନବ୍ୟା ନନ୍ଦା କିଛିଦିନ ହେଲା ଚର୍ଚ୍ଚାରେ ଅଛନ୍ତି। ଉଭୟେ ସେମାନଙ୍କ ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ଖୋଲାଖୋଲି କିଛି ପ୍ରକାଶ କରିନାହାନ୍ତି। ତେବେ ଉଭୟଙ୍କୁ ଏକଦା ବାନ୍ଦ୍ରାସ୍ଥିତ ଏକ କାଫେରେ ଦେଖିବାକୁ ମିଳିଥିଲା। ସେଠାରେ ନବ୍ୟା ନିଜର ମୁହଁକୁ ଘୋଡ଼ାଇ ଦେଇଥିଲେ। ଏହାପରେ ସେମାନେ ଏକାଠି ଏକ ପାର୍ଟିରେ ଯୋଗ ଦେଇଥିଲେ। ସିଦ୍ଧାନ୍ତ ମଧ୍ୟ ନବ୍ୟାଙ୍କ ମାଆ ଶ୍ବେତା ବଚ୍ଚନ ନନ୍ଦାଙ୍କ ଜନ୍ମଦିନ ଉତ୍ସବରେ ମୁମ୍ବାଇରେ ଉପସ୍ଥିତ ଥିଲେ।

ତେବେ ସେମାନେ ଗୋଆରୁ ଛୁଟି କଟାଇ ଫେରୁଥିବା ବେଳେ ଉଭୟଙ୍କୁ ପ୍ରଥମ ଥର ପାଇଁ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଉଭୟ ନବ୍ୟା ଓ ସିଦ୍ଧାନ୍ତ ଧଳା ଟି-ସାର୍ଟ ପିନ୍ଧିଥିଲେ। ସିଦ୍ଧାନ୍ତ ମଧ୍ୟ ଏକ ଟୋପି ଓ ମାସ୍କ ପିନ୍ଧିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe