ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ପରର ପ୍ରଥମ ଫଟୋକୁ ଦେଖି ‌ପ୍ରଂଶସକ ଦେଲେ ଏଭଳି ପ୍ରତିକ୍ରିୟା

Advertisment
 ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ପରର ପ୍ରଥମ ଫଟୋକୁ ଦେଖି ‌ପ୍ରଂଶସକ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ପ୍ରେମକାହାଣୀ ସିନେମା ‘ଶେରଶାହ’ରୁ  ଆରମ୍ଭ ହୋଇଥିଲା। ନିକଟରେ ଦୁହିଁଙ୍କ ବିବାହ ସୂର୍ଯ୍ୟଗଡ଼ ପ୍ୟାଲେସରେ ସମ୍ପର୍ଣ୍ଣ ହୋଇଛି। ସାତ୍ ଫେରା ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହୋଇଛନ୍ତି କିଆରା-ସିଦ୍ଧାର୍ଥ। ବିବାହ ପରର ଫଟୋ ଦେଖିବା ପାଇଁ ଉଭୟ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ।

ଏହି କ୍ରମରେ ସିଦ୍ଧାର୍ଥ ଓ କିଆରା ନିଜର ବିବାହର ସୁନ୍ଦର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋକୁ ଦେଖି ଦୁହେଁ ଖୁବ ଖୁସି ଥିବା ନଜର ଆସୁଛନ୍ତି। କିଆରା ଓ ସିଦ୍ଧାର୍ଥଙ୍କ ବିବାହ ପରର ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ଓଃ କି ସୁନ୍ଦର ଫଟୋ, ତୁମ ହୁହିଁଙ୍କୁ କାହାର ବି ନଜର ନଲାଗୁ।’

ସିଦ୍ଧାର୍ଥ ଓ କିଆରାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଭାଇରାଲ ଫଟୋରେ କିଆରା ବିବାହ ଦିନ ପାଉଡର ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସିଦ୍ଧାର୍ଥ ସୁନେଲି ରଙ୍ଗର ସେରୱାନି ପରିଧାନ କରିଥିଲେ। ଏହି ଦୁହିଁଙ୍କ ଲୁକ ଅତି ସୁନ୍ଦର ଓ ଆକର୍ଷଣୀୟ ରହିଛି।

ଦୁହିଁଙ୍କ ରିସେପ୍‌ସନ ପାର୍ଟି ଫେବ୍ରୁଆରି ୧୨ ତାରିଖରେ ହେବ ବୋଲି କୁହାଯାଉଛି। ସୂଚନା ରହିଛି ଯେ କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍‌ ପାର୍ଟିରେ ପ୍ରିୟଙ୍କା-ନିକ୍‌, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe