ଆରମ୍ଭ ହେଲାଣି କିଆରାଙ୍କ ବାହାଘର ଉତ୍ସବ; ସେହେରା ବାନ୍ଧି ସାରିଲେଣି ସିଦ୍ଧାର୍ଥ

Advertisment
ଆରମ୍ଭ ହେଲାଣି କିଆରାଙ୍କ ବାହାଘର ଉତ୍ସବ; ସେହେରା ବାନ୍ଧି ସାରିଲେଣି ସିଦ୍ଧାର୍ଥ

www.aajtak.in

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲ‌ହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କ ବିବାହ ଉତ୍ସବ। ମଣ୍ଡପ ସଜା ସରିଛି। କିଆରାଙ୍କ ହାତରେ ମେହେନ୍ଦୀ ବି ଲାଗିସାରିଛି। ଏବେ ସମସ୍ତଙ୍କୁ ବାସ୍‌ ସେହି ମୁହୂର୍ତ୍ତର ଅପେକ୍ଷା, ଯେଉଁ ମୁହୂର୍ତ୍ତରେ ହାତରେ ହାତ ରଖିବେ ଏହି ପ୍ରେମୀଯୁଗଳ।

କିଆରା ଓ ସିଦ୍ଧାର୍ଥଙ୍କ ବିବାହ ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସକୁ ଏକ କନ୍ୟାଟିଏ ପରି ସଜାଯାଇଛି। ଏହିଠାରୁ ହିଁ ପ୍ରେମୀଯୁଗଳ ଆଜିଠାରୁ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିବେ।

ଏମାନଙ୍କ ବିବାହରେ ସାମିଲ୍‌ ହେବା ପାଇଁ ଅନେକ ସେଲିବ୍ରିଟି ଆଗରୁ ହିଁ ବିବାହ ମଣ୍ଡପରେ ପହଞ୍ଚି ସାରିଲେଣି। ଏବେ ବି ଅତିଥିମାନଙ୍କର ଯିବାଆସିବା ଲାଗି ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଏବେ ଆହୁରି ଅନେକ ଅତିଥିଙ୍କର ବିବାହ ମଣ୍ଡପରେ ପହଞ୍ଚିବାର ଅଛି।

ବିବାହ ଉତ୍ସବ ଏବେ ଆରମ୍ଭ ହୋଇସାରିଛି। କାରଣ ବିବାହ ମଣ୍ଡପ ଭିତରୁ ବାହାରକୁ ରାଜସ୍ଥାନୀ ଲୋକଗୀତ ଶୁଶିବାକୁ ମିଳୁଛି। ବ୍ୟାଣ୍ଡ୍‌, ବାଜା, ବରାତ ସମସ୍ତେ ପ୍ରସ୍ତୁତ ରହିଛନ୍ତି। ଆଉ କିଛି ସମୟ ମଧ୍ୟରେ ବରଯାତ୍ରୀ ବାହାରିବେ ଓ ସବୁଦିନ ପାଇଁ କିଆରା-ସିଦ୍ଧାର୍ଥ ପତି-ପତ୍ନୀ ହୋଇଯିବେ।

ସେମାନଙ୍କ ବିବାହ ଉତ୍ସବରେ ଅଭିନେତ୍ରୀ ଜୁହି ଚାୱଲା ପହଞ୍ଚି ସାରିଛନ୍ତି। ଜୁହି ସେଠାରେ ପହଞ୍ଚି ଏକ ଖାଦ୍ୟ ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି।

ଅପରାହ୍ନ ପ୍ରାୟ ୨ଟା ପରଠାରୁ ବିବାହର ରୀତି ଆରମ୍ଭ ହୋଇଯାଇଛି। ସିଦ୍ଧାର୍ଥଙ୍କ ମଥାରେ ଏବେ ସେହେରା ବନ୍ଧା ରହିଛି। ସେମାନେ ଅପରାହ୍ନ ୪.୩୦ରେ ସାଥ୍‌ ଫେରେ ନେବେ ବୋଲି ପୂର୍ବରୁ ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe