‘ଆଶିକୀ-୩’ ରେ ନଜର ଆସିବେ ସିଦ୍ଧାର୍ଥ-ଆଲିଆ

Advertisment
‘ଆଶିକୀ-୩’ ରେ ନଜର ଆସିବେ ସିଦ୍ଧାର୍ଥ-ଆଲିଆ

India Today

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଅନେକ ଚଳଚ୍ଚିତ୍ରରେ ନଜର ଆସିଥିଲେ ମଧ୍ୟ ତାଙ୍କର ଚଳଚ୍ଚିତ୍ର ଗୁଡ଼ିକ ବକ୍ସ ଅଫିସରେ ଏତେ ଭଲ ବ୍ୟବସାୟ କରିପାରିନାହିଁ । ବର୍ତ୍ତମାନ ସେ ‘କ୍ୟାପଟେନ ବାର୍ତ୍ତା’ଙ୍କ ବାୟୋପିକର ସୁଟିଙ୍ଗରେ ବ୍ୟସ୍ତ ରହିଛନ୍ତି । ତେବେ ସିଦ୍ଧାର୍ଥ ଏବଂ ଆଲିୟା ଭଟ୍ଟ ‘ଆଶିକୀ-୩’ ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ଖବର ଆସିଛି।

publive-image News Nation

ପ୍ରଥମ ଥର ପାଇଁ ସିଦ୍ଧାର୍ଥ ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛନ୍ତି । ସିଦ୍ଧାର୍ଥ ଏହି ବିଷୟରେ କହିଛନ୍ତି, ‘ଆମେ ସମସ୍ତେ ଏହି ଚଳଚ୍ଚିତ୍ରର ଅପେକ୍ଷାରେ ଅଛୁ । ଏଥିରେ କିଛିଟା ବିଳମ୍ବ ହେଉଛି କାରଣ ପ୍ରଥମେ ଲେଖକ ଏବଂ ପ୍ରଯୋଜକଙ୍କୁ ସ୍କି୍ରପ୍ଟ ପସନ୍ଦ ଆସିବା ଆବଶ୍ୟକ । ଏହା ମୋ ପାଇଁ ମଧ୍ୟ ରହସ୍ୟ ରହିଛି। ତେବେ ଚଳଚ୍ଚିତ୍ରକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ପ୍ରଥମ ଥର ପାଇଁ ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛି।’ ତେବେ ଖବର ରହିଛି ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କ ବିପକ୍ଷରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଦୁହେଁ ଏକା ସାଙ୍ଗରେ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe