ହେଲ୍‌ମେଟ୍‌ ପିନ୍ଧିଥିବା କାରଣରୁ ଏକ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ୍‌ ଷ୍ଟାର୍‌ ସିଦ୍ଧାର୍ଥ ମଲହୋତ୍ରା

ହେଲ୍‌ମେଟ୍‌ ପିନ୍ଧିଥିବା କାରଣରୁ ଏକ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ୍‌ ଷ୍ଟାର୍‌ ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏକ ବାଇକ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଛନ୍ତି। ସିଦ୍ଧାର୍ଥ ତାଙ୍କ ସହ-କଳାକାର ଶିବ ପଣ୍ଡିତ୍‌ଙ୍କ ସହ ସାଥୀ ହୋଇ ଯାତ୍ରା କରୁଥିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ସିଦ୍ଧାର୍ଥ ତାଙ୍କ ସହ-କଳାକାର ଶିବଙ୍କ ସହ ଏକ ପାହାଡ଼ିଆ ଅଞ୍ଚଳକୁ ଗାଡ଼ି ଚଳାଇବାକୁ ଯାଇଥିଲେ। ସେଠାରେ ଶିବ ଗାଡ଼ି ଚଳାଇବା ବେଳେ ଅଣାୟତ୍ତ ହୋଇ ପଡ଼ିଥିଲେ। ତାଙ୍କ ବାଇକ୍‌ଟି କିଛି ବାଟ ପର୍ଯ୍ୟନ୍ତ ଖସି ଯାଇଥିଲା। ପଛରେ ଗାଡ଼ି ନେଇ ଆସୁଥିବା ସିଦ୍ଧାର୍ଥ ଅଚାନକ ବ୍ରେକ୍‌ ମାରିବାରୁ ତଳେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି।

ଦୁହେଁ ହେଲ୍‌ମେଟ୍‌ ପିନ୍ଧିଥିବା କାରଣରୁ ଏକ ବଡ଼ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ଏହି ଦୁଇ ଅଭିନେତାଙ୍କୁ ଦୁର୍ଘଟଣାରେ ଘଟିବା ପରେ ତୁରନ୍ତ ସ୍ଥାନୀୟ ସେନା ହସ୍ପିଟାଲ୍‌କୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe