କିଆରା-ସିଦ୍ଧାର୍ଥଙ୍କୁ ବିବାହ ପରେ ଏହି ଉପହାର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ କରଣ ଜୋହର

କିଆରା-ସିଦ୍ଧାର୍ଥଙ୍କୁ ବିବାହ ପରେ ଏହି ଉପହାର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ କରଣ ଜୋହର

amarujala

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। 'ଶେରଶାହା'ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ ଫେବ୍ରୁଆରି ୭ରେ ଜୈସଲମେରର ସୁର୍ଯ୍ୟଗଡ ପ୍ୟାଲେସରେ ଦୁହିଁଙ୍କ ବିବାହ ହୋଇଥିଲା।

ବଲିଉଡରୁ ଆରମ୍ଭ କରି ସାଉଥ ସିନେମାର ତାରକାମାନେ ସିଦ୍ଧାର୍ଥ-କିଆରାଙ୍କ ବିବାହରେ ଯୋଗ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଦୁହିଁଙ୍କ ବିବାହରେ ଯୋଗ ଦେଇଥିବାର ଫଟୋ ସାମ୍ନାକୁ ଆସିଥିଲା। ବିବାହରେ ଯୋଗ ଦେବା ପରେ କରଣ, ସିଦ୍ଧାର୍ଥ-କିଆରାଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ଆଜ୍ଞା ହଁ, ମିଳିଥିବା ସୂଚନା ଅନୁଯାୟୀ କରଣ ଜୋହର ତାଙ୍କର ଆଗାମୀ ତିନୋଟି ଚଳଚ୍ଚିତ୍ର ପାଇଁ ସିଦ୍ଧାର୍ଥ-କିଆରାଙ୍କୁ ସାଇନ୍ କରିଛନ୍ତି। କରଣଙ୍କ ଆଗାମୀ ୩ଟି ଫିଲ୍ମରେ ଦୁହେଁ ସାଥିରେ ନଜର ଆସିବେ। ତେବ‌େ ଫିଲ୍ମର ନାଁ ବା କାହାଣୀ କ’ଣ ରହିବ, ତାହା ଜଣାପଡ଼ିନାହିଁ। ଏହା ସହ ଫିଲ୍ମରେ ଏହି ଦୁହିଁଙ୍କ ବ୍ୟତୀତ ଆଉ କେଉଁ କଳାକାର ନଜର ଆସିବେ ସେ ବିଷୟରେ ମଧ୍ୟ ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୭ରେ ବିବାହ ହୋଇଥିବା ବେଳେ ରିସେପ୍‌ସନ ପାର୍ଟି ଫେବ୍ରୁଆରି ୧୨ ତାରିଖରେ ହେବ। ସୂଚନା ରହିଛି ଯେ କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍‌ ପାର୍ଟିରେ ପ୍ରିୟଙ୍କା-ନିକ୍‌, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe