ସଂଘର୍ଷର କାହାଣୀ କହିଲେ ସିଦ୍ଧାର୍ଥ

ସଂଘର୍ଷର କାହାଣୀ କହିଲେ ସିଦ୍ଧାର୍ଥ

Hindi Rush

ଜନ୍ମଦିନ ଅବସରରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଅଭିନୟ ଜଗତରେ ତାଙ୍କ ସଂଘର୍ଷର କାହାଣୀ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି, ମୋ ପଛରେ କୌଣସି ଅଙ୍କଲ୍ ବା ଆଣ୍ଟିଙ୍କର ହାତ ନାହିଁ। କ୍ୟାମେରା ସମ୍ମୁଖକୁ ଆସିବାରେ ମୁଁ ବହୁ କଷ୍ଟ ସହିଛି। ନିଜ ଭୁଲ୍‌ରୁ ଶିଖି ଶିଖି ଆଜି ଏ ଜାଗାରେ ପହଞ୍ଚିଛି। ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ଗତ ଦଶନ୍ଧି ଧରି ମୁମ୍ବାଇରେ ରହି କାମ କରିବାକୁ ଉଦ୍ୟମ କରୁଛି। କ୍ୟାରିୟର୍‌ ପାଇଁ ପରିବାର ଛାଡ଼ି ବର୍ଷ ବର୍ଷ ହେଲା ବାହାରେ ରହୁଛି ବୋଲି ସେ କହିଛନ୍ତି। ତେବେ ଏପରି କହି ‘ବଲିଉଡ୍‌ରେ ନେପୋଟିଜିମ୍‌ ବା ସ୍ବଜନତୋଷଣ’ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe