୪ବର୍ଷ ତଳୁ ସିଦ୍ଧୁଙ୍କୁ ହତ୍ୟା ଧମକ ଦେଉଥିଲେ ଗ୍ୟାଙ୍ଗଷ୍ଟର, ମୁମ୍ବାଇ ଆସି ସେ ଅଚିନ୍ତାରେ ରହିବାକୁ ଚାହୁଁଥିଲେ: ମିକା ସିଂହ

୪ବର୍ଷ ତଳୁ ସିଦ୍ଧୁଙ୍କୁ ହତ୍ୟା ଧମକ ଦେଉଥିଲେ ଗ୍ୟାଙ୍ଗଷ୍ଟର, ମୁମ୍ବାଇ ଆସି ସେ ଅଚିନ୍ତାରେ ରହିବାକୁ ଚାହୁଁଥିଲେ: ମିକା ସିଂହ

ଚଣ୍ଡୀଗଡ଼: ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। ତେବେ ସିଦ୍ଧୁଙ୍କ ହତ୍ୟାକୁ ନେଇ ବଲିଉଡ କଣ୍ଠଶିଳ୍ପୀ ମିକା ସିଂହ ଏକ ବଡ଼ ଖୁଲାସା କରିଛନ୍ତି। ୪ବର୍ଷ ତଳୁ ସିଦ୍ଧୁଙ୍କୁ ଗ୍ୟାଙ୍ଗଷ୍ଟର ହତ୍ୟା ଧମକ ଦେଉଥିଲେ ବୋଲି କହିଛନ୍ତି ମିକା।

ତାଙ୍କ କହିବା ମୁତାବକ, ଚାରି ବର୍ଷ ପୂର୍ବେ ସିଦ୍ଧୁ ଗ୍ୟାଙ୍ଗଷ୍ଟରଙ୍କ ଧମକ ବିଷୟରେ ମୋତେ କହିଥିଲେ। ଗତ ସପ୍ତାହରେ ସେ ମୁମ୍ବାଇ ଆସିଥିଲେ। ସେ ମୋତେ କହିଥିଲେ ଯେ କୌଣସି ସୁରକ୍ଷା ବିନା ସେ ମୁମ୍ବାଇରେ ମୁକ୍ତ ଭାବରେ ବୁଲାବୁଲି କରିପାରିବେ। ଏହା ଶୁଣି ଭବିଷ୍ୟତରେ ମୁଁ ତାଙ୍କୁ ମୁମ୍ବାଇ ଆସି ରହିବାକୁ ପରାମର୍ଶ ଦେଇଥିଲି। ସେ ଜଣେ ବଡ଼ ଷ୍ଟାର ଥିଲେ। ମାତ୍ର ତିନି ବର୍ଷ ମଧ୍ୟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। କେବଳ ପଞ୍ଜାବରେ ନୁହେଁ, ସାରା ବିଶ୍ୱରେ ତାଙ୍କର ଜଣେ ପ୍ରଶଂସକ ଥିଲେ। ସେ ନିଜ ଗୀତରେ ଅସଲ ଘଟଣା ବିଷୟରେ ଲେଖୁଥିଲେ। ସଫଳ ହେବା ଏକ ଅପରାଧ କି? ପୁଲିସ ଏବଂ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ତେବେ ପଞ୍ଜାବର ଭଗୱନ୍ତ ମ‌ାନ୍ ସରକାର ଗତକାଲି ଅର୍ଥାତ୍ ଶନିବାର ଦିନ ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିଲେ। ସେମାନଙ୍କ ମଧ୍ୟରେ ରହିଥିଲା ସିଦ୍ଧୁ ମୁୁଜ୍ ୱାଲାଙ୍କ ନାଁ। ସୁରକ୍ଷା ପ୍ରତ୍ୟାହାରର ଗୋଟିଏ ଦିନ ପରେ ରବିବାର ତାଙ୍କୁ ହତ୍ୟା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe