ମୁସେୱାଲାଙ୍କ ସାନ ଭାଇର ମୁହଁ ଦେଖାଇଲେ ମାତାପିତା, ଗାୟକଙ୍କ ଭଳି ଦିଶୁଥିବା ଦାବି କଲେ ଲୋକେ

ସ୍ୱର୍ଗତଃ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାମାତା ଚଳିତ ବର୍ଷ ଆଇଭିଏଫ୍ ମାଧ୍ୟମରେ ସେମାନଙ୍କର ଦ୍ୱିତୀୟ ପୁଅକୁ ସ୍ୱାଗତ କରିଥିଲେ। ଏବେ ସେ ପୁଅର ମୁହଁ ସମସ୍ତଙ୍କୁ ଦେଖାଇଛନ୍ତି।

subhadeeep

ମୁମ୍ବାଇ: ସ୍ୱର୍ଗତଃ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାମାତା ଚଳିତ ବର୍ଷ ଆଇଭିଏଫ୍ ମାଧ୍ୟମରେ ସେମାନଙ୍କର ଦ୍ୱିତୀୟ ପୁଅକୁ ସ୍ୱାଗତ କରିଥିଲେ। ସିଦ୍ଧୁ ମୁସେୱାଲାଙ୍କ ସାନଭାଇଙ୍କ ନାମ ଶୁଭଦୀପ ରଖାଯାଇଥିବା ବେଳେ ବର୍ତ୍ତମାନ ଗାୟକଙ୍କ ପିତାମାତା ଜନ୍ମର କିଛି ମାସ ପରେ ପୁଅର ଚେହେରା ଦେଖାଇଛନ୍ତି।

ସିଦ୍ଧୁ ମୁସୱାଲାଙ୍କ ପିତାମାତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଗାୟକଙ୍କ ପିତା ବଲକୌର ସିଂ ଏବଂ ମା’ ଚରଣ କୌର ସାନପୁଅ ଶୁଭଦୀପଙ୍କୁ କୋଳରେ ଧରି ବସିଥିବା ଦେଖାଯାଇଛି। ଫଟୋରେ ଦେଖାଯାଇଛି ଯେ, ମୁଣ୍ଡରେ ଗୋଲାପି ରଙ୍ଗର ପଗଡି ସହିତ ଶୁଭଦୀପ ହାଲୁକା ନୀଳ ରଙ୍ଗର ସାର୍ଟ ଓ ଜିନ୍ସ ପିନ୍ଧିଛନ୍ତି | ହାତରେ ବହି ଧରି ଶୁଭଦୀପ ବଲକୌରଙ୍କ କୋଳରେ ବସି ହସୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ସହିତ ସିଦ୍ଧୁ ମୁସେୱାଲାଙ୍କ ଗୀତ ରଖାଯାଇଛି। ତେବେ ଏହି ଫଟୋ ଭାଇରାଲ ହେବା ପରେ ଶୁଭଦୀପ, ସିଦ୍ଧୁଙ୍କ ଭଳି ଦିଶୁଥିବା ଲୋକେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୨ରେ ସିଦ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସିଦ୍ଧୁ ଏହି ଦମ୍ପତିଙ୍କ ଏକମାତ୍ର ସନ୍ତାନ ଥିଲେ। ସିଦ୍ଧୁଙ୍କ ମୃତ୍ୟୁ ପରେ ବଂଶ ଶୂନ୍ୟ ହୋଇଯିବାରୁ ଦମ୍ପତି ଆଉ ଏକ ପିଲା ପାଇଁ ଚେଷ୍ଟା କରିଥିଲେ। ଶେଷରେ ଦୁହେଁ ଆଇଭିଏଫ ଜରିଆରେ ଶୁଭଦୀପଙ୍କୁ ଏଦୁନିଆକୁ ଆଣିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe