ସିଦ୍ଧାର୍ଥ ଓ ଶେହନାଜଙ୍କ ଗୀତ ‘ଅଧୁରା’ ପୋଷ୍ଟର ହେଲା ରିଲିଜ

Advertisment
ସିଦ୍ଧାର୍ଥ ଓ ଶେହନାଜଙ୍କ ଗୀତ ‘ଅଧୁରା’ ପୋଷ୍ଟର ହେଲା ରିଲିଜ

ନୂଆଦିଲ୍ଲୀ: ୨୦୨୧ ସେପ୍ଟେମ୍ବର ୨ ତାରିଖରେ ବିଗ୍ ବସ୍ ବିଜେତା ତଥା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କେହି ବି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରି ନଥିଲେ।

ତେବେ ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ଶେଷ ଗୀତ ‘ଅଧୁରା’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଶ୍ରେୟା ଘୋଷାଲ ଏହି ଗୀତରେ ସ୍ୱର ଦେଇଛନ୍ତି।

SidNaaz: Sidharth Shukla and Shehnaaz Gill all set for Tony Kakkar's upcoming song Shona Shona, check out the poster

ଏହି ଗୀତରେ, ଶେଷ ଥର ପାଇଁ ସିଡନାଜଙ୍କ ଯୋଡି ପ୍ରଶଂସକ ଦେଖିବାକୁ ପାଇବେ। ନିର୍ମାତାମାନେ ଅସମ୍ପୂର୍ଣ୍ଣ ଗୀତର ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟର ଦେଖିବା ପରେ ପ୍ରଶଂସକ ଭାବ ବିହ୍ବଳ ହୋଇଯାଇଛନ୍ତି।

ସିଡଙ୍କ ମୃତ୍ୟୁ ପରେ ‘ହ୍ୟାବିଟ୍’ ଗୀତ ଅସମ୍ପୂର୍ଣ୍ଣ ରହିଥିଲା। ତେଣୁ ନିର୍ମାତାମାନେ ଟାଇଟଲ୍ ବଦଳାଇ ଗୀତ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି। ‘ହ୍ୟାବିଟ୍’ରୁ ଗୀତର ନାମ ପରିବର୍ତ୍ତନ କରାଯାଇ ‘ଅଧୁରା’ ରଖାଯାଇଛି। ନିର୍ମାତାଙ୍କ ଦ୍ୱାରା ରିଲିଜ୍ ହୋଇଥିବା ପୋଷ୍ଟରର ଟ୍ୟାଗ୍ ଲାଇନରେ ଲେଖା ହୋଇଛି – ଏକ ଅଧୁରା ଗୀତ, ଏକ ଅଧୁରୀ କାହାଣୀ, ଏକ ସିଡନାଜ ଗୀତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe