ବକ୍ସ ଅଫିସରେ ପ୍ରଦର୍ଶନକୁ ଦେଖି ଖୁବ୍ କମ ଟଙ୍କାରେ 'ସିକନ୍ଦର'ର ଷ୍ଟ୍ରିମିଂ ରାଇଟ୍ସ କିଣିଲା ନେଟ୍‌ଫ୍ଲିକ୍ସ

ବଲିଉଡର ସିକନ୍ଦର ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ। ତାଙ୍କ ଫିଲ୍ମ ସିକନ୍ଦର ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଏ.ଆର. ମୁର୍ଗଡୋସ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ସାମ୍ନାକୁ ଆସିଛି।

tsalmankuio

ମୁମ୍ବାଇ: ବଲିଉଡର ସିକନ୍ଦର ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ। ତାଙ୍କ ଫିଲ୍ମ ସିକନ୍ଦର ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଏ.ଆର. ମୁର୍ଗଡୋସ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ସାମ୍ନାକୁ ଆସିଛି। ଥିଏଟର ପରେ, ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏବେ ଫିଲ୍ମକୁ ନେଟଫ୍ଲିକ୍ସ କେତେ ଟଙ୍କାରେ କିଣିଛି ତାହା ସାମ୍ନାକୁ ଆସିିଛି। ପ୍ରେକ୍ଷାଳୟରେ ଆଶାଠାରୁ କମ୍ ଆୟ କରିଥିବା ସିକନ୍ଦରକୁ ବହୁତ କମ ଦାମ୍‌ରେ କିଣିଛି ନେଟଫ୍ଲିକ୍ସ।

କୁହାଯାଉଛି ଯେ, ସିକନ୍ଦରର ଷ୍ଟ୍ରିମିଂ ରାଇଟ୍ସକୁ ନେଟଫ୍ଲିକ୍ସ ୮୫କୋଟି ଟଙ୍କାରେ କିଣିଛି। ଏହି ଡିଲ୍ ମାର୍ଚ୍ଚ ୨୦୨୫ରେ ହୋଇଥିଲା। ରିପୋର୍ଟ ଅନୁସାରେ, ଯଦି ସିକନ୍ଦର ବକ୍ସ ଅଫିସରେ ୩୫୦ କୋଟିରୁ ଅଧିକ ରୋଜଗାର କରେ, ତେବେ ଏହି ପରିମାଣ ୧୦୦ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ। ଏପର୍ଯ୍ୟନ୍ତ ଚଳଚ୍ଚିତ୍ରଟି ଡିଜିଟାଲ୍, ସାଟେଲାଇଟ୍ ଏବଂ ମ୍ୟୁଜିକ୍ ରାଇଟ୍ସରୁ ୧୬୫-୧୮୦ କୋଟି ଟଙ୍କା ରୋଜଗାର କରିଛି। ଏଥିରେ, ସାଟେଲାଇଟ୍ ରାଇଟ୍ସ ଜୀକୁ ୫୦ କୋଟି ଟଙ୍କାରେ ଏବଂ ମ୍ୟୁଜିକ୍ ରାଇଟ୍ସ ଜୀ ମ୍ୟୁଜିକକୁ ୩୦ କୋଟି ଟଙ୍କାରେ ବିକ୍ରି କରାଯାଇଛି। ସିକନ୍ଦରର ବଜେଟ୍ ପ୍ରାୟ ୨୦୦ କୋଟି ଟଙ୍କା ଥିବା ବେଳେ ପ୍ରେକ୍ଷାଳୟରେ ଫିଲ୍ମଟି ଏହାଠାରୁ ଅଧିକ ଆୟ କରିପାରିବ ନା ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସିକନ୍ଦରର ଷ୍ଟ୍ରିମିଂ ରାଇଟ୍ସକୁ ନେଟଫ୍ଲିକ୍ସ ୮୫କୋଟି ଟଙ୍କାରେ କିଣିବା ପରେ ସଲମାନଙ୍କ ଷ୍ଟାର ପାୱାର ଅନୁସାରେ ମୂଲ୍ୟ କମ୍ ବୋଲି ଚର୍ଚ୍ଚା ହେଉଛି। କାରଣ ପ୍ରଭାସଙ୍କ କଲ୍‌କି ୨୮୯୮ଏଡିର ଓଟିଟି ରାଇଟ୍ସ ୩୭୫କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଯବାନର ଡିଜିଟାଲ ରାଇଟ୍ସକୁ ନେଟଫ୍ଲିକ୍ସ ୨୫୦କୋଟି ଟଙ୍କାରେ କିଣିଥିଲା। ସେହିଭଳି "ସାଲାର" ଚଳଚ୍ଚିତ୍ରର ଓଟିଟି ରାଇଟ୍ସ ୧୬୨ କୋଟି ଟଙ୍କାରେ ବିକ୍ରି ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe