ଇଦରେ ରିଲିଜ୍ ହେବ 'ସିକନ୍ଦର', ସାମ୍ନାକୁ ଆସିଲା ସଲମାନଙ୍କ ଲୁକ୍

ସଲମାନ ଖାନଙ୍କ 'ସିକନ୍ଦର'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଫିଲ୍ମଟି ଚଳିତ ବର୍ଷ ଇଦ୍‌ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ, ସୁପରଷ୍ଟାର ସଲମାନ ଖାନଙ୍କର ଏକ ନୂତନ ପୋଷ୍ଟର ରିଲିଜ୍ ହୋଇଛି।

tsalmania

ମୁମ୍ବାଇ: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ସିକନ୍ଦର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଚାଲିଛି। ସଲମାନ ଖାନ କିଛି ମାସର ବ୍ୟବଧାନ ପରେ 'ସିକନ୍ଦର' ସହିତ ବଡ଼ ପରଦାକୁ ଫେରିବେ। ଆଜି ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଫିଲ୍ମଟି ଚଳିତ ବର୍ଷ ଇଦରେ ରିଲିଜ୍ ହେବ। ଏହା ସହ ଫିଲ୍ମ ରିଲିଜ୍ ହେବା ପୂର୍ବରୁ, ନିର୍ମାତା 'ସିକନ୍ଦର'ରେ ସଲମାନ ଖାନଙ୍କର ଥିବା ନୂଆ ଲୁକର ପୋଷ୍ଟର ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇଛି। ଏହି ପୋଷ୍ଟର ସହିତ ଫେବ୍ରୁଆରି ୨୭ ତାରିଖରେ ନିର୍ମାତା ପ୍ରଶଂସକମାନଙ୍କୁ ଏକ ବଡ଼ ଖବର ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ସଲମାନ ଖାନ ପୂର୍ବରୁ ସୋସିଆଲ ମିଡିଆରେ କହିଥିଲେ ଯେ, ସେ ୧୮ ଫେବ୍ରୁଆରିରେ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ଏହି ସୂଚନା ପରେ ଆଜି ସୁପରଷ୍ଟାର 'ସିକନ୍ଦର'ର ନୂତନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ସଲମାନଙ୍କ ଆଖିରେ କ୍ରୋଧ ଦୃଶ୍ୟମାନ ହେଉଛି। ତାଙ୍କର ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

ଫିଲ୍ମର ଟିଜର ପୂର୍ବରୁ ଆସିସାରିଛି ଏବଂ ଏବେ ଦର୍ଶକମାନେ ଟ୍ରେଲରକୁ ଅପେକ୍ଷା କରିଛନ୍ତି। ୨୭ରେ ଟ୍ରେଲର ରିଲିଜ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 'ସିକନ୍ଦର' ସାଜିଦ ନାଡିଆଦୱାଲାଙ୍କ ଦ୍ୱାରା ପ୍ରଯୋଜିତ ହୋଇଥିବା ବେଳେ ଏଥିରେ ରଶ୍ମିକା ମନ୍ଦନା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe