ଟିଭି ସିରିଏଲରେ ପୁଲିସ ଅଫିସର ଭୂମିକାରେ ନଜର ଆସିବେ କ୍ରିକେଟର ଶିଖର ଧାୱନ

ଟିଭି ସିରିଏଲରେ ପୁଲିସ ଅଫିସର ଭୂମିକାରେ ନଜର ଆସିବେ କ୍ରିକେଟର ଶିଖର ଧାୱନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଖୁବ ଶୀଘ୍ର କ୍ରିକେଟ ପଡିଆ ନୁହେଁ ବରଂ ଏକ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ | ରିପୋର୍ଟ ମୁତାବକ ଜି ଟିଭିର ଲୋକପ୍ରିୟ ଟିଭି ସିରିଏଲ 'କୁଣ୍ଡଳୀ ଭାଗ୍ୟ'ରେ ଶିଖର ଧାୱନ ଜଣେ ପୁଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ଫିଲ୍ମର ସେଟରୁ ତାଙ୍କର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଆଉ ଶିଖର ଧାୱନଙ୍କ ଫଟୋ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଦୀର୍ଘ ଦିନ ଧରି ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଶିଖର ଧାୱନ ଏକତା କପୁରଙ୍କ ଟିଭି ସିରିଏଲ 'କୁଣ୍ଡଳୀ ଭାଗ୍ୟ'ରେ କୌଣସି ମୁଖ୍ୟ ଚରିତ୍ରରେ ଅଭିନୟ କରିବେ |

କିନ୍ତୁ ଏବେ ପ୍ରଡକ୍ସନ ଟିମ ପକ୍ଷରୁ କୁହାଯାଇଛି ଯେ ଏହି ଖବରରେ କୌଣସି ସତ୍ୟତା ନାହିଁ | ବାସ୍ତବରେ ଶିଖର ଧାୱନ ଟିଭି ସିରିଏଲରେ କେବଳ ଏକ କେମିଓରେ ନଜର ଆସିବେ | ଉଲ୍ଲେଖ ଥାଉ କି ଏକତା କପୁରଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଏହି ଧାରାବାହିକ ଜୁଲାଇ ୨୦୧୭ ରେ ଲଞ୍ଚ କରାଯାଇଥିଲା। ରାତି ୯:୩୦ ରେ ପ୍ରସାରିତ ହୋଇଥିବା ଏହି ଧାରାବାହିକ ଚ୍ୟାନେଲ ପାଇଁ ହିଟ ସାବ୍ୟସ୍ତ ହୋଇଥିଲା | ଆଉ ବର୍ତ୍ତମାନ ଟିଭି ସିରିଏଲରେ ଶିଖର ଧାୱନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe