ବନ୍ଧୁଙ୍କଠାରୁ ବେଟ୍‌ ଜିତିବା ପାଇଁ ଶିଳ୍ପା ସେଟ୍ଟୀଙ୍କ ସହ ଡେଟ୍‌ରେ ଯାଇଥିଲେ ଜଣେ ଯୁବକ; ଅନେକ ଦିନ ପରେ ଅତୀତ ଘାଣ୍ଟିଲେ ଶିଳ୍ପା

Advertisment
ବନ୍ଧୁଙ୍କଠାରୁ ବେଟ୍‌ ଜିତିବା ପାଇଁ ଶିଳ୍ପା ସେଟ୍ଟୀଙ୍କ ସହ ଡେଟ୍‌ରେ ଯାଇଥିଲେ ଜଣେ ଯୁବକ; ଅନେକ ଦିନ ପରେ ଅତୀତ ଘାଣ୍ଟିଲେ ଶିଳ୍ପା

ମୁମ୍ବାଇ: ବର୍ତ୍ତମାନ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ସୁଖୀ ବୈବାହିକ ଜୀବନ ବିତାଉଥିବା ଶିଳ୍ପାଙ୍କ ଜୀବନରେ ବି ଦିନେ ଏମିତି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଶିଳ୍ପା ନିକଟରେ ପ୍ରକାଶ କରିଛନ୍ତି ଯେ ଅତୀତରେ ଜଣେ ପୁଅ ନିଜ ବନ୍ଧୁମାନଙ୍କ ସହ ବାଜି ପକାଇ ବେଟ୍‌ ଜିତିବା ପାଇଁ ତାଙ୍କ ସହ ଡେଟ୍‌ କରିଥିଲେ। ତାହା ଜାଣିବା ପରେ ଶିଳ୍ପା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଶିଳ୍ପା କହିଛନ୍ତି କି ଏହା ଏକ ଚଳଚ୍ଚିତ୍ରର କାହାଣୀ ପରି ମନେ ହେଲେ ବି ଏକଦମ ସତ। ଏହା ନୁହେଁ ଯେ ଯୁବକଟିର ଏପରି ବ୍ୟବହାରରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ, ମାତ୍ର ସାମାନ୍ୟ ଦୁଃଖୀ ହୋଇଥିଲେ ନିଶ୍ଚୟ। ଯୁବକ ଜଣକ ବନ୍ଧୁମାନଙ୍କ ସହ ବେଟ୍‌ ଜିତିବା ପରେ ଶିଳ୍ପାଙ୍କ ସହ ସଂପର୍କ ଛିନ୍ନ କରି ଦେଇଥିଲେ।

ତେବେ ଯାହା ବି ହେଲା ଭଲ ପାଇଁ ହିଁ ହେଲା। ଶିଳ୍ପାଙ୍କ ସହ ରାଜ କୁନ୍ଦ୍ରାଙ୍କ ପରି ସୁନ୍ଦର ଓ ସଫଳ ଯୁବକଙ୍କ ଯୋଡ଼ି ଜମିଲା। ଶିଳ୍ପା ରାଜ କୁନ୍ଦ୍ରାଙ୍କ ସହ ନିଜ ସଂପର୍କର ଆରମ୍ଭ କୁ ମନେ ପକାଇ କହନ୍ତି କି ରାଜ କୁନ୍ଦ୍ରା ପ୍ରେମ ହେବାର ପ୍ରଥମ ଦେଖାରେ ତାଙ୍କୁ ଏକ ସୁନ୍ଦର ରଙ୍ଗୀର ବ୍ୟାଗ୍‌ ଉପହାର ଦେଇଥିଲେ। ତା’ପର ଦିନ ପୁଣି ଆଉ ଏକ ବ୍ୟାଗ୍‌ ଉପହାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe