ପାହାଚରୁ ପଡ଼ି ଗାୟକ ଜୁବିନ ନୌଟିୟାଲ୍‌ ସାଙ୍ଘାତିକ ଆହତ; କହୁଣି, ପଞ୍ଜରା ହାଡ଼ ଭାଙ୍ଗିଛି, ମୁଣ୍ଡରେ ଲାଗିଛି ଆଘାତ

Advertisment
ପାହାଚରୁ ପଡ଼ି ଗାୟକ ଜୁବିନ ନୌଟିୟାଲ୍‌ ସାଙ୍ଘାତିକ ଆହତ; କହୁଣି, ପଞ୍ଜରା ହାଡ଼ ଭାଙ୍ଗିଛି, ମୁଣ୍ଡରେ ଲାଗିଛି ଆଘାତ

Image Courtesy of The New Indian Express

ମୁମ୍ବାଇ: ଗୁରୁବାର ପ୍ରତ୍ୟୁଷରେ ଲୋକପ୍ରିୟ ବଲିଉଡ୍‌ ଗାୟକ ଜୁବିନ ନୌଟିୟାଲ୍‌ ଘର ପାହଚ‌ରୁ ପଡ଼ି ସାଙ୍ଘାତିକ ଆହତ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି।

ତାଙ୍କର କହୁଣି ଓ ପଞ୍ଜରା ହାଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଆଘାତ ଲାଗିଥିବା କଥା ଆଉ କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଙ୍କ ଡାହଣ ହାତରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି। ସେଥିପାଇଁ ତାଙ୍କୁ ଡାହଣ ହାତରେ କିଛି କାମ ନ କରିବା ଲାଗି ପରାମର୍ଶ ଦିଆଯାଇଛି।

କିନ୍ତୁ, ସେ ପାହଚରୁ ପଡ଼ି ଆହତ ହେବା ଓ ଡାକ୍ତରଖାନାରେ ଭର୍ତ୍ତି ହେବା ପ୍ରସଙ୍ଗରେ ତାଙ୍କ ପରିବାର ଅଥବା କୌଣସି ମୁଖପାତ୍ରଙ୍କଠାରୁ ବିଧିବଦ୍ଧ ଭାବେ କିଛି ଖବର ଦିଆଯାଇ ନାହିଁ।

publive-image Image Courtesy of Republic World

‘ନିଉଜ୍‌୧୮’ ରିପୋର୍ଟ ଅନୁସାରେ, ଅଧିକ ଚିକିତ୍ସା ନିମନ୍ତେ ଜନ୍ମିତ ସହର ଉତ୍ତରାଖଣ୍ଡକୁ ଯିବା ପାଇଁ ସେ ଆଜି ମୁମ୍ବାଇ ବିମାନ ବନ୍ଦରକୁ ଯାଇଥିବା ଦେଖାଯାଇଥିଲା। ତାଙ୍କ ଡାହଣ ହାତରେ ‘ସ୍ଲିଙ୍ଗ୍‌ ସପୋର୍ଟ’ ଲାଗିଛି।

ଅଳ୍ପ ଦିନ ତଳେ ସେ ଦୁବାଇରେ ‘ଲାଇଭ୍‌ କନ୍‌ସର୍ଟ’ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜୁବିନ୍‌ ପ୍ରଥମେ ‘ମ୍ୟୁଜିକାଲ୍‌ ରିୟାଲିଟି ସୋ- ‘ଏକ୍ସ୍‌-ଫ୍ୟାକ୍ଟର୍‌’ରୁ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। ‘ତୁମ୍‌ ହି ଆନା’, ‘ନଶେ ମୈଁ’, ‘ମେରି ଆଶିକି’ ଆଦି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଗୀତ ଗାଇବା ସହିତ ସେ କେତେଗୁଡ଼ିଏ ମ୍ୟୁଜିକ୍‌ ଆଲ୍‌ବମ୍‌ ମଧ୍ୟ କରିଛନ୍ତି।

ତାଙ୍କର ସଦ୍ୟତମ ଗୀତ ହେଉଛି ‘ଥ୍ୟାଙ୍କ୍‌ ଗଡ୍‌’ ଚଳଚ୍ଚିତ୍ର ପାଇଁ ଶ୍ରୀଲଙ୍କୀୟ ଗାୟକ ଯୋହାନିଙ୍କ ସହିତ ଜୁବିନ୍ ‘ମାଣିକେ’ ଗୀତ ଗାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe